ଭୁବନେଶ୍ବର : ବାତ୍ୟା ୟାସ୍ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହୋଇଛି ।ଫଳରେ ଝାଡଖଣ୍ଡରୁ ବହୁ ଜଳ ଆସିବା କାରଣରୁ ସୁବର୍ଣ୍ଣ ରେଖା ନଦୀରେ ବଢୁଛି ଜଳସ୍ତର । ଉପର ମୁଣ୍ଡାରେ ପ୍ରବଳ ପାଣି ପ୍ରବାହିତ ହେଉଥିବା ବେଳେ ଏବେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି । ବାଲିଆପାଳ ପ୍ରଶାସନ ତରଫରୁ ଗତକାଲି ରାତିରୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ମାଇକ୍ ଯୋଗେ ସତର୍କ ସୂଚନା ଦିଆଯାଇଛି ।
ତେବେ ଜଳେଶ୍ବର ରାଜଘାଟ କେନ୍ଦ୍ରୀୟ ଜଳୀୟ ବିଭାଗ ଠାରେ ଜଳ ସ୍ତର ୩.୫୮ ମିଟର ରହିଛି । ଏଠାରେ ସତର୍କ ସଙ୍କେତ ୯.୪୫ ରହିଛି । ବିପଦ ସଙ୍କେତ ୧୦.୩୬ ମିଟର ରହିଛି । ଗତ କାଲି ରାତିରୁ ଗୋପୀ ବଲ୍ଲଭପୁରରୁ ବନ୍ୟା ପାଣି ୪.୫୦ ମିଟର ଛଡା ଯାଇଛି । ସକାଳ ୮ଟା ପର୍ଯ୍ୟନ୍ତ ରାଜଘାଟଠାରେ ଜଳସ୍ତର ୩.୫୮ ମିଟର ରହିଛି । ସକାଳ ୯ ସୁଦ୍ଧା ବନ୍ୟା ପାଣି ଜଳେଶ୍ୱର ରାଜଘାଟ ଠାରେ ପ୍ରବେଶ କରିବ ବୋଲି ଆଶଙ୍କା କରାଯାଉଛି । ତଳିଆ ଅଞ୍ଚଳରେ ସମୁଦ୍ର ପାଣି ଏବେ ପର୍ଯ୍ୟନ୍ତ ଛାଡି ନ ଥିବାରୁ ସୁବର୍ଣ୍ଣ ରେଖା ନଦୀରେ ବନ୍ୟା ଆଶଙ୍କା କରାଯାଇଛି ।