ଖୋର୍ଦ୍ଧା: ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ରାଜନୈତିକ ସରଗରମ ରହିଥିବା ସମୟରେ ସହରୀ ଜଙ୍ଗଲରେ ଲାଗିଛି ନିଆଁ । ଏପଟେ ଖୋର୍ଦ୍ଧା ବରୁଣେଇ ପାହାଡ ସଂଲଗ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ଗଡଖୋର୍ଦ୍ଧା ନିକଟ ଜଙ୍ଗଲ ଜଳୁଛି ।

ତେବେ କେମିତି ଜଙ୍ଗଲରେ ନିଆଁ ଲାଗିଲା ତାହାର କାରଣ ଜଣାପଡି ନାହିଁ । ଅନ୍ୟପଟେ ଜଙ୍ଗଲ ନିଆଁ ଖବର ପାଇ ଖୋର୍ଦ୍ଧା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି ।