ଶ୍ରୀଲଙ୍କାରୁ ଚୋରା ଚାଲାଣ ହେଉଥିବା ପ୍ରାୟ ୧୭ କିଲୋ ଓଜନର ସୁନାକୁ ଚୋରାଚାଲାଣକାରୀ (ତସ୍କର) ସମୁଦ୍ରରେ ପିଙ୍ଗି ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଏକ ଯନ୍ତ୍ରଚାଳିତ ନୌକାରେ ଶ୍ରୀଲଙ୍କାରୁ ବିପୁଳ ପରିମାଣ ସୁନା ତାମିଲନାଡୁର ମଣ୍ଡାପମ୍କୁ ଆସୁଥିବା ନେଇ ରାଜସ୍ବ ଗୁଇନ୍ଦା ବିଭାଗକୁ ଖବର ମଳିଥିଲା। ଖବର ମିଳିବା ପରେ ଗୁଇନ୍ଦା ବିଭାଗ ତରଫରୁ ଏ ସମ୍ପର୍କରେ ତଟରକ୍ଷୀ ବାହିନୀକୁ ଜଣାଇ ଦିଆଯାଇଥିଲା। ବୁଧବାର ବିଳମ୍ବିତ ରାତିରେ ଶ୍ରୀଲଙ୍କାରୁ ଆସୁଥିବା ଏକ ନୌକାକୁ ତଟରକ୍ଷୀ ବାହିନୀ ପିଛା କରିଥିଲା। ମଣ୍ଡାପମ୍ ନିକଟରେ ତଟରକ୍ଷୀ ବାହିନୀ ନୌକାକୁ ଅଟକାଇ ଯାଞ୍ଚ କରିଥିଲେ ମଧ୍ୟ ସେଥିରୁ ସୁନା ମିଳିନଥିଲା। ଚୋରାଚାଲାଣକାରୀମାନେ ସୁନା ସବୁକୁ ସମୁଦ୍ରକୁ ପିଙ୍ଗି ଦେଇଥିବା ନେଇ ରାଜସ୍ବ ଗୁଇନ୍ଦା ଓ ତଟରକ୍ଷୀ ବାହିନୀ ତରଫରୁ ଆଶଙ୍କା କରାଯାଇଥିଲା। ଫଳରେ ବୁଡାଳିଙ୍କ ସାହାଯ୍ୟରେ ସମୁଦ୍ରରେ ତଲାସି କରାଯାଇଥିଲା।
ତଲାସି ସମୟରେ ସମୁଦ୍ରରୁ ୧୭.୭୪ କେଜିର ସୁନା ଜବତ କରାଯାଇଥିଲା। ଏହାର ମୂଲ୍ୟ ପ୍ରାୟ ୧୦.୫ କୋଟି ଟଙ୍କା। ଏଥିରେ ସୁନା ବିସ୍କୁଟ, ଚେନ୍ ଆଦି ରହିଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ଉପସାଗରୀୟ ରାଷ୍ଟ୍ରରୁ ଭାରତକୁ ସୁନା ଚାଲାଣ ହେଉଥିବାବେଳେ ଏବେ ଶ୍ରୀଲଙ୍କା ଦେଇ ଭାରତକୁ ସୁନା ଚୋରା ଚାଲାଣ ହେବାରେ ଲାଗିଛି।
Sign in
Sign in
Recover your password.
A password will be e-mailed to you.