Odia News Portal

ଜୁଲାଇ ୨୨ରେ ସଂସଦ ଘେରିବେ ଚାଷୀ

ନୂଆଦିଲ୍ଲୀ: ପୁଣି ତେଜିଲା କୃଷକ ଆନ୍ଦୋଳନ । ଆସନ୍ତା ୨୨ ତାରିଖରେ ସଂସଦ ଘେରିବେ ଚାଷୀ । ୨୦୦ ଚାଷୀ ସଂସଦ ଘେରିବେ ବୋଲି କୁହାଯାଇଛି । ଆଜି ଏନେଇ ସୂଚନା ଦେଇଛନ୍ତି କୃଷକ ନେତା ରାକେଶ ଟିକାୟତ । ସେ କହିଛନ୍ତି କୃଷି ଆଇନ ପ୍ରତ୍ୟାହାରକୁ ନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବାର ଅଛି । ଯଦି ସରକାର ଏହି କଳା ଆଇନକୁ ପ୍ରତ୍ୟାହାର ନକରନ୍ତି ତେବେ ୨୨ରେ ସଂସଦ ନିକଟରେ ୨ଶହ ଚାଷୀ ପ୍ରଦର୍ଶନ କରିବେ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଟିକାୟତ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି କି “ଏଠାରେ କୌଣସି ଏଜେନ୍ସି ଅଛି ଯାହା ନିରପେକ୍ଷ ତଦନ୍ତ କରିପାରିବେ ?” ଯଦି ଏହା ନୁହେଁ, ତେବେ ଆମେ ଏହି ମାମଲାକୁ ଜାତିସଂଘକୁ ନେବା ଉଚିତ କି ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହା ପୂର୍ବରୁ ଟିକାୟତ କହିଥିଲେ ଆମେ ସରକାରଙ୍କ ସହ ବିବାଦୀୟ କୃଷି ଆଇନକୁ ନେଇ ଆଲୋଚନା କରିବାକୁ ପ୍ରସ୍ତୁତ । ହେଲେ ସରକାର ବିନା ସର୍ତ୍ତରେ ଆଲୋଚନା ପାଇଁ ପ୍ରସ୍ତୁତ ହୁଅନ୍ତୁ ।