ନୂଆଦିଲ୍ଲୀ: ବଢ଼ିଲା ସାଧାରଣ ଲୋକଙ୍କ ଚିନ୍ତା | ବଜେଟ୍ ୨୦୨୧ରେ ମହଙ୍ଗା ହେବ ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲଗାଇଛନ୍ତି କେନ୍ଦ୍ର ସରକାର । ଚଳିତ ସାଧାରଣ ବଜେଟରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ୍ ଲଗାଇବା ପାଇଁ ଘୋଷଣା କରିଛନ୍ତି ।

ପେଟ୍ରୋଲ ଉପରେ ଅଢେଇ ଟଙ୍କାର କୃଷି ସେସ ଲାଗିଛି । ସେହିଭଳି ଡିଜେଲ ଉପରେ ମଧ୍ୟ ୪ ଟଙ୍କାର କୃଷି ସେସ ଲଗାଯାଇଛି । ଯାହା ଫଳରେ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବ । ବଜେଟରେ ଆଜି ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ । ତେବେ କୃଷିସେସ ଲଗାଇବା ପରେ ଉତ୍ପାଦନ ଶୁଳ୍କକୁ କମାଇଛନ୍ତି କେନ୍ଦ୍ର ସରକାର । ତେଣୁ ଉପଭୋକ୍ତାଙ୍କ ଉପରେ ବର୍ତ୍ତମାନ ପାଇଁ କୌଣସି ବୋଝ ପଡିବନାହିଁ ।ସେହିଭଳି ସୁନା ଓ ରୁପା ଉପରେ ୨.୫%, ନିଶାପାନୀୟ ଉପରେ ୧୦୦%, ଅଶୋଧିତ ତାଳତୈଳ ଉପରେ ୧୭.୫%, କାବୁଲି ସୋଲା ଉପରେ ୩୦%, ବିରି ଓ ସୋଲା ଉପରେ ୩୦%, ମସୁର ୨୦% ଏବଂ ତୁଳା ଉପରେ ୫% ସେସ୍ ଲାଗୁ କରାଯାଇଛି । ଏହା ଫେବ୍ରୁଆରି ୨ତାରିଖ ଠାରୁ ଲାଗୁ ହେବ ।