Odia News Portal

ଏସସିବିରେ ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍

କଟକ: ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍ | କଟକ ଏସସିବିରେ ମହିଳା ରୋଗୀଙ୍କ ଉପରେ ଛିଡି ପଡ଼ିଲା ଫ୍ୟାନ୍ | ତେବେ ଏଥିରେ ମହିଳା ରୋଗୀ ଜଣକ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି | ସର୍ଜରୀ ବିଭାଗରେ ଫ୍ୟାନଟି ଘୁରୁଥିବା ଅବସ୍ଥାରେ ଖସି ପଡ଼ିଥିଲା |ତେବେ ୪ଦିନ ତଳେ ଏସସିବିରେ ଭର୍ତ୍ତି ହୋଇଥିଲେ ଯାଜପୁର ଜିଲ୍ଲାର ଏହି ମହିଳା ରୋଗୀ |କୌଣସି କାରଣରୁ ନିଆଁରେ ପୋଡି ହୋଇ ଯାଇଥିବା କାରଣରୁ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ମହିଳା |