Odia News Portal

ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା

ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା। ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ କରୁଥିଲା ଛଳନା। କେତେବେଳେ ଅସୁସ୍ଥତାର ବାହାନା କରି ସାଲାଇନ ଲଗାଇ ଫଟୋ ଉଠାଇ ମହିଳାଙ୍କୁ ପଠାଉଥିଲା ତ ଆଉ କେତେବେଳେ କାନ୍ଦିବାର ଭିଡିଓ ପଠାଉଥିଲା। ଆଉ ଏକ ଭିଡିଓରେ ରଥଯାତ୍ରା ବେଳେ ରଥ ଟାଣୁଥିବା ଦେଖାଯାଇଛି। ଏଭଳି ଅନେକ ଭିଡିଓ ଓ ଫଟୋ କମିସନରେଟ ପୋଲିସ ହାତରେ ଲାଗିଛି।

ଏହାକୁ ନେଇ ପୋଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି। ୫ଦିନିଆ ରିମାଣ୍ଡରେ ନେଇ ଠକାମୀର ଚେର ଖୋଜୁଛି ପୋଲିସ। ରମେଶର ଦ୍ୱିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର ଏବେ ବି ଫେରାର ଅଛନ୍ତି।