ରସିକ ନକଲି ଡାକ୍ତର ରମେଶ ସ୍ଵାଇଁଙ୍କ ଗିରଫ ମାମଲା। ଆଜିଠାରୁ ପୁଣି ରିମାଣ୍ଡରେ ଯିବେ ରମେଶ ସ୍ଵାଇଁ। ୩ ଦିନିଆ ରିମାଣ୍ଡ ମଞ୍ଜୁର କଲା ଭୁବନେଶ୍ଵର ଏସଡିଜେମ୍ କୋର୍ଟ। ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କମିଶନରେଟ ପୋଲିସ।
ସୂଚନାନୁଯାୟୀ, କମିଶନରେଟ ପୋଲିସ ପୂର୍ବରୁ ୫ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି। ଆଜି ଏସମ୍ପର୍କରେ ପିଙ୍କ୍ ଟିମ୍ ପୋଲିସ କମିଶନରଙ୍କୁ ତଥ୍ୟ ପ୍ରଦାନ କରିବ। ନକଲି ଡାକ୍ତର ବିରୋଧରେ ଆଜି ପର୍ଯ୍ୟନ୍ତ ହୋଇଥିବା ଅଭିଯୋଗ ସମ୍ପର୍କରେ ପୋଲିସ କମିଶନରଙ୍କୁ ଅବଗତ କରାଇଛି ପିଙ୍କ୍ ଟିମ୍ । ନକଲି ଡାକ୍ତର ରମେଶ ତେରଟି ରାଜ୍ୟର ଲୋକଙ୍କ ସମେତ ଓଡ଼ିଶାରେ ବହୁ ଲୋକଙ୍କୁ ତାର ଠକେଇ ଜାଲରେ ଫସେଇଥିବା ସମ୍ପର୍କରେ ତଦନ୍ତ କରିବା ପାଇଁ ଗଠିତ ସ୍ଵତନ୍ତ୍ର ପିଙ୍କ୍ ଟିମ୍ ସୂଚନା ପାଇଛି ।