ଭୁବନେଶ୍ୱର: ସୋମବାର ରାତିରେ ଅଚାନକ ଭାବେ ଅଚଳ ହୋଇପଡ଼ିଥିଲା ଫେସବୁକ ଏବଂ ହପ୍ଟସଆପ । ସମସ୍ତେ ହୋଇପଡ଼ିଥିଲେ ବିଚଳିତ । କାହିଁକି କାମ କରୁନି । ମୋ ମୋବାଇଲ ଖରାପ ହୋଇଗଲା କି? ଭାଇରସ ପସିଗଲା କି? ଏଭଳି ଅନେକ ଆଲୋଚନା । ଆଉ ଅଧିକାଂଶ ୟୁଜର୍ସମାନେ ମୋବାଇଲକୁ ବାରମ୍ବାର ସୁଇଚ ଅଫ କରି ଅନ କରିବାକୁ ଲାଗିଲେ । ତଥାପି କାମ ଦେଲାନି । ଚାରିଆଡେ ଗୋଟିଏ କଥା ଆରେ ତୋ ଫେସବୁକ ହ୍ୱାଟସଆପ କାମ କରୁଛି ତ? ମୋର କାଇଁ କାମ କରୁନି । ଆଉ ଶେଷରେ ଜାଣିବା କାମ କରୁନି ବୋଲି ଜାଣିବା ପରେ ଖବର ପ୍ରଚାର ହୋଇଥିଲା । କିନ୍ତୁ ୬ ଘଣ୍ଟା ପରେ ଏବେ ସ୍ୱାଭାବିକ ହୋଇଛି ଏହି ଆପ ।

ଦୀର୍ଘ ୬ ଘଣ୍ଟାରେ ଏହା ପୁଣି ଥରେ ସ୍ବାଭାବିକ ସ୍ଥିତିକୁ ଫେରୁଛି। ପ୍ରାୟ ୬ ଘଣ୍ଟା ଧରି ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସଆପ ବନ୍ଦ ହୋଇଯିବା ଯୋଗୁ ଏହି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡ଼ିଛି। ଏହି ସମସ୍ୟା ସମୟରେ ବ୍ୟବହାରକାରୀ ବାର୍ତ୍ତା ପଠାଇବା କିମ୍ବା ଗ୍ରହଣ କରିବାରେ ସକ୍ଷମ ହୋଇନଥିଲେ। ଆଉଟଡେଜ୍ ଟ୍ରାକିଂ କମ୍ପାନୀ ଡାଉନ୍ଡେକ୍ଟର ଡଟ୍ କମ୍ ଅନୁଯାୟୀ ୮୦ ହଜାରରୁ ରୁ ଅଧିକ ଉପଭୋକ୍ତା ହ୍ୱାଟସଆପ ଏବଂ ୫୦ ହଜାରରୁ ଅଧିକ ଫେସବୁକରେ ଅଭିଯୋଗ କରିଥିଲେ। ପ୍ରାୟ ମଙ୍ଗଳବାର ସକାଳ ୩.୧୫ଟାରେ କିଛି ଫେସବୁକ୍ ବ୍ୟବହାରକାରୀ ସୋସିଆଲ୍ ମିଡିଆ ଆପ୍କୁ ଆଂଶିକ ପ୍ରବେଶ କରିବାକୁ ଲାଗିଲେ। ଏହି ସମସ୍ୟାକୁ ନେଇ ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗ କ୍ଷମା ମାଗିବା ସହ କହିଛନ୍ତି, “ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟସ୍ ଆପ୍ ଏବଂ ମେସେଞ୍ଜର ପୁଣି ଥରେ ସେବା ଯୋଗାଇବାକୁ ସକ୍ଷମ। ଉପୁଜିଥିବା ସମସ୍ୟା ପାଇଁ ମୁଁ ଦୁଃଖିତ।
