୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଆରମ୍ଭ ହୋଇଛି । ଗଣତି ପରେ ୫ ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଏକଜିଟ୍ ପୋଲରେ ଯାହା ଦେଖିବାକୁ ମିଳିଥିଲା ତାହା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଦେଖିବାକୁ ମିଳୁଛି । ଅର୍ଥାତ ଏକଜିଟ୍ ପୋଲ ଅନୁସାରେ ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟି ଆଗୁଆ ରହିଥିବାବେଳେ ପଞ୍ଜାବରେ ଆଗୁଆ ରହିଛି ଆମ୍ ଆଦମୀ ପାର୍ଟି । ଉତ୍ତରାଖଣ୍ଡରେ ବହୁ ଆଗରେ ରହିଛି ଭାରତୀୟ ଜନତା ପାର୍ଟି । ଗୋଆରେ ୪୦ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଛି । ବିଜେପି ୨୦ ଆସନରେ ଆଗୁଆ ରହିଛି । ସେପଟେ କଂଗ୍ରେସ ମଧ୍ୟ କଡା ଟକ୍କର ଦେଉଛି । ୧୩ ଆସନରେ କଂଗ୍ରେସ ଆଗୁଆ ରହିଛି । ଟିଏମସି ୪ ଆସନରେ ଆଗୁଆ ରହିଥିବା ବେଳେ ଅନ୍ୟାନ୍ୟ ଦଳ ୩ ଆସନରେ ଆଗୁଆ ରହିଛନ୍ତି ।