ଭୁବନେଶ୍ୱର: ତୁରନ୍ତ ପୌର ନିର୍ବାଚନ କରିବାକୁ ହାଇକୋର୍ଟରେ ମାମଲା ଦାଏର ହୋଇଛି । ୩ ଜଣଙ୍କ ପକ୍ଷରୁ ୩ଟି ପୃଥକ ପୃଥକ ରିଟ୍ ପିଟିସନ ଦାଏର ହୋଇଛି । ଭୁବନେଶ୍ବର ପାଇଁ ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର ପିଟିସନ ଦାଖଲ କରିଥିବା ବେଳେ କଟକ ପାଇଁ ପୂର୍ବତନ ମନ୍ତ୍ରୀ ସମୀର ଦେ ପିଟିସନ ଦାଖଲ କରିଛନ୍ତି । ସେହିଭଳି ପୁରୀ ପାଇଁ ବିଧାୟକ ଜୟନ୍ତ ଷଡଙ୍ଗୀ ପିଟିସନ ଦାଖଲ କରିଛନ୍ତି । ୩ଟି ଯାକ ମାମଲାର ଆଡଭୋକେଟ ଅଛନ୍ତି ପୀତାମ୍ବର ଆଚାର୍ଯ୍ୟ ।
ପୂର୍ବରୁ , ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବା ପାଇଁ ଦାବି କରିଥିଲା ବିଜେପିି । ରାଜ୍ୟ ସରକାର ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିଲା ଦଳ । ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ କହିଥିଲେ , ଟାଳଟୁଳ ନୀତି ବିରୋଧରେ ହାଇକୋର୍ଟ ଯିବୁ । ରାଜ୍ୟ ନିର୍ବାଚନ କମିଶନଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚେତାବନୀ ଦେଇଥିଲା ବିଜେପି ।