Odia News Portal

ଇଡକୋର ନୂତନ ସିଏମଡିଙ୍କ ଦାୟିତ୍ବ ଗ୍ରହଣ

*ଅଭିଯୋଗଗୁଡିକ ଇ-ମେଲ୍‌ ଜରିଆରେ ଜଣାଇବା ନିମନ୍ତେ ବ୍ୟବସ୍ଥା କରାଯିବାକୁ ଦେଲେ ନିର୍ଦ୍ଦେଶ ।

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧ୍ଵକାରୀ ଡଃ. କ୍ରିଷନ କୁମାର ଆଜି ଓଡିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ(ଇଡକୋ) ର ଅଧ୍ଯକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଯୋଗଦେବାର ପ୍ରଥମ ଦିବସରେ ସେ ଇଡକୋର ବିଭିନ୍ନକାର୍ଯ୍ୟକ୍ରମ ତଥା କାର୍ଯ୍ୟକଳାପର ସମୀକ୍ଷା କରିଥ୍‌ଲେ ।

ଉକ୍ତ ବୈଠକରେ, ସେ ସର୍ବପ୍ରଥମେ ରାଜ୍ୟ ସରକାରଙ୍କ ‘୫-ଟି'(5-7) ଆଭିମୁଖ୍ୟଆଧାରରେ କାର୍ଯ୍ୟ ଯୋଜନା (ଆକ୍ସନ ପ୍ଳାନ ) ଉପରେ ଗୁରୁତ୍ବାରୋପ କରିଥୁଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ ଗୋଟି ଏମ.ଏସ.ଏମ.ଇପାର୍କ ଏବଂ ଇଡକୋ ଟାୱ୍‌ର ପ୍ରତିଷ୍ଠା ନିମନ୍ତେ ତ୍ଵରିତ ପଦକ୍ଷେପ ନେବା ପାଇଁ ସେ ବିଭାଗୀୟ ଅଧ୍ଵକାରୀମାନଙ୍କୁ କହିଥ୍ଲେ । ଏଥ୍ଵସହ, ପଶ୍ଚିମଓଡିଶାରେ ବିଜୁ ଏକ୍ସପ୍ରେସ ଡ୍ଚେ କରିଡର ନିକଟରେ ଏମ.ଏସ.ଏମ.ଇ ପାର୍କ ଗଠନ ନିମନ୍ତେ ସେ ଆଲୋଚନା କରିଥଲେ |

ଇଡକୋରେ ପ୍ରଚଳିତଭୂମି ଆବଣ୍ଟନ ଏବଂ ଭୂମି ଆବଣ୍ଟନ ପରବର୍ତୀ ସେବା ପ୍ରଦାନର ପ୍ରକ୍ରିୟାକୁ ସୂଚନା ପ୍ରଯୁକ୍ତି ବିଦ୍ୟା ମାଧ୍ଯମରେ କାର୍ଯ୍ୟକ୍ଷମ କରାଯାଇ ଶିଳ୍ପଉଦ୍ୟୋଗୀମାନଙ୍କର ବିଭିନ୍ନ ଅସୁବିଧା ଗୁଡିକର ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥ୍‌ଲେ । ଇଡକୋଦ୍ବାରା ପ୍ରତିଷ୍ଠିତ ବିଭିନ୍ନ ଶିଳ୍ପ ପାର୍କ ଯଥା ଡେରାସ ଠାରେ ଥ୍ଵବା ସି-ଫୁଡ ପାର୍କ, ପାରାଦୀପର ପ୍ଲାଷ୍ଟିକ ପାର୍କ, ଅନୁଗୋଳର ଆଲୁମିନିୟମ ପାର୍କ,ଭଦ୍ରକର ଟେକ୍ସଟାଇଲ୍‌ ପାର୍କ, ଇନଫୋଭ୍ୟାଲି ଫୁଡ ପାର୍କ ଇତ୍ୟାଦିର ଉନ୍ନତି କରଣ ଏବଂ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ବରାନ୍ନିତ କରିବାକୁ ସେମଧ୍ଯ ନିର୍ଦ୍ଦେଶ ଦେଇଥିଲେ ।ଠିକ୍‌ ସେହିପରି, ଇଡକୋ ଦ୍ବାରା ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କୁ ପ୍ରଦାନ କରାଯାଉଥିବା ବିଲ୍ଡିଂ ଅନୁମୋଦନ ପ୍ରକ୍ରିୟାକୁ ସଶକ୍ତିକରଣକରିବା ଉଦ୍ଦେଶ୍ୟରେ ଏହାର ଏକ ଯାଞ୍ଚ ପତ୍ର ( ଚେକ ଲିଷ୍ଟ ) ତିଆରି କରି ତ୍ବରିତ ଭାବରେ ୩ ରୁ ୭ ଦିନ ମଧ୍ଯରେ ଆଶାୟୀ ଶିଳ୍ପଦ୍ୟୋଗୀମାନଙ୍କୁପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥୁସହ ସେ ଗୋଟିଏ ଦିନର ପ୍ରଶାସନ( ଏନ ଡେ ଗଭର୍ଣ୍ରାନ୍ସ ) ବ୍ୟବସ୍ଥାର ପ୍ରଚଳନ କରିଇଡକୋରେ ଥିବା ବିଭିନ୍ନ ସମସ୍ୟା, ଅସୁବିଧା ଏବଂ ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗୁଡିକର ତତକ୍ଷଣାତ ଅନୁମୋଦନ ତଥା ସମାଧାନ କରିବାକୁ ସୂଚନା ପ୍ରଦାନ କରିଥିଲେ ।

ଇଡକୋ କର୍ମଚାରୀ ଏବଂ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନମାନଙ୍କରେ ଥିବା ଅଭିଯୋଗଗୁଡିକ ସେମାନେ ସିଧାସଳଖ ଇ-ମେଲ୍‌ଜରିଆରେ ଏହାର ଅଧ୍ୟକ୍ଷଙ୍କୁ ଜଣାଇବା ନିମନ୍ତେ ବ୍ୟବସ୍ଥା କରାଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ କି ସେ ବ୍ୟକ୍ତିଗତ ଭାବରେ ଯାଞ୍ଚ ତଥାପର୍ଯ୍ୟାଲୋଚନା କରିବେ ବୋଲି ସୂଚନା ଦେଇଥିଲେ । ରାଜ୍ୟରେ ଶିଳ୍ପର ବିକାଶ ଏବଂ ନୂତନ ଶିଳ୍ପ ପ୍ରତିଷ୍ଠା ଦିଗରେ ଆବଶ୍ୟକ ଥୁବା ସମସ୍ତଜରୁରୀ ପଦକ୍ଷେପ ଗୁଡିକୁ ତ୍ବରାନ୍ବିତ କରିବା ପାଇଁ ସେ ଇଡକୋର ସମସ୍ତ ବିଭାଗୀୟ ଅଧ୍ଵକାରୀମାନଙ୍କୁ ପରାମର୍ଶ ଦେଇଥ୍ବଲେ ।ଉକ୍ତ ବୈଠକରେ ଇଡକୋର ମୁଖ୍ୟ ସାଧାରଣ ପରିଚାଳକ (ପ୍ରଶାସନ), ମୁଖ୍ୟ ସାଧାରଣ ପରିଚାଳକ (ଅର୍ଥ), ମୁଖ୍ୟ ସାଧାରଣପରିଚାଳକ (ଭୂମି), ମୁଖ୍ୟ ସାଧାରଣ ପରିଚାଳକ (ସିଭିଲ), ମୁଖ୍ୟ ସାଧାରଣ ପରିଚାଳକ (ଯୋଜନା ଏବଂ ସମନ୍ଵୟ) ଏବଂ ଅନ୍ୟ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।