Odia News Portal

ତୁର୍କୀ ସିରିଆ ଭୂମିକମ୍ପ; ବଢୁଛି ମୃତ୍ୟୁ ସଂଖ୍ୟା

ତୁର୍କୀ ଓ ସିରିଆରେ ବିନାଶକାରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୫୦ ହଜାର ଅତିକ୍ରମ କରିଛି। ତୁର୍କୀରେ ୪୪,୨୧୮ ଓ ସିରିଆରେ ୫,୯୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେହିପରି ତୁର୍କୀରେ ପ୍ରାୟ ୨ ଲକ୍ଷ କୋଠା କ୍ଷତିଗ୍ରସ୍ତ ହୋଇଛି। ଏହାସହ ଦେଢ ଲକ୍ଷ ଲୋକେ ବାସହରା ହୋଇଛନ୍ତି।
ସୂଚନାଯୋଗ୍ୟ ଫେବ୍ରୁଆରୀରେ ୬ରେ ଏହି ୨ଟି ଦେଶରେ ଶକ୍ତିଶାଳୀ ଭୂକମ୍ପ ଅନୁଭବ ହୋଇଥିଲା। ହେଲେ ଏହାର ପ୍ରଭାବରେ ଆଜି ଯାଏଁ ବି ସୁଧୁରିନି ଦୁଇ ଦେଶର ପରିସ୍ଥିତି, ଜାରିରହିଛି ଉଦ୍ଧାର କାର୍ଯ୍ୟ ।