Odia News Portal

ବେଦୀରୁ ଉଠିଲା କନିଆ

ରର କଳା ରଙ୍ଗ ଦେଖି ବିବାହ ପାଇଁ ମନା କରିଦେଲା କନିଆ । ନବ ବଧୂଙ୍କର ଏହି ପଦକ୍ଷେପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଉତ୍ତରପ୍ରଦେଶର ଇଟୱା ଜିଲ୍ଲା ଅନ୍ତର୍ଗତ ଭର୍ଥନା ଅଞ୍ଚଳରେ ଦେଖିବାକୁ ମିଳିଛି । ଭର୍ଥନା ଅଞ୍ଚଳର ନିବାସୀ ବଳରାମ ଯାଦବଙ୍କ ଝିଅ ନୀତୁଙ୍କ ବିବାହ ଉସରାହିର ଅଞ୍ଚଳରରେ ରହୁଥିବା ରବି ଯାଦବଙ୍କ ସହ ସ୍ଥିର ହୋଇଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ବରଯାତ୍ରୀ ଗତ ବୁଧବାର ସନ୍ଧ୍ୟା ସମୟରେ ଝିଅ ଘରେ ଉପସ୍ଥିତ ହୋଇ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ମଣ୍ଡପରେ ହିଁ ନୀତୁ ବିବାହ କରିବା ପାଇଁ ମନା କରି ଦେଇଥିଲେ । ନୀତୁ ବିବାହ ପାଇଁ ମନା କରିବାର କାରଣ ହେଉଛି ବରର ରଙ୍ଗ କଳା ।

ବିବାହ ବେଦୀରେ ହିଁ ଯୁବତୀଙ୍କ ପ୍ରତ୍ୟାଖାନରେ ବରଯାତ୍ରୀ ବିନା ବଧୂରେ ଫେରି ଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବରପକ୍ଷ ପହଞ୍ଚିବା ପରେ ଯୁବତୀଙ୍କ ପକ୍ଷରୁ ଅତିଥି ସତ୍କାର କରା ଯାଇଥିଲା । ବର ବିବାହ ପାଇଁ ମଣ୍ଡପରେ ପହଞ୍ଚିବା ପରେ ବଧୂ ମଧ୍ୟ ମଣ୍ଡପକୁ ଆସିଥିଲା । କିନ୍ତୁ ଫେରା ନେବା ସମୟରେ ୨ ଫେରା ପରେ ହିଁ ନବ ବଧୂ ବାହା ହେବା ପାଇଁ ମନା କରି ମଣ୍ଡପରୁ ଉଠି ଚାଲି ଆସିଥିଲେ । ବରିଷ୍ଠ ବ୍ୟକ୍ତିମାନେ ଯୁବତୀଙ୍କ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ବାହା ହେବା ପାଇଁ ଆଦୌ ରାଜି ହୋଇ ନଥିଲେ । ନୀତୁଙ୍କ ପାଇଁ ଆସିଥିବା ବର ଫଟୋରେ ଅନ୍ୟ ଜଣଙ୍କ ପ୍ରତିଛବି ଥିବାବେଳେ ବିବାହ ପାଇଁ ଆସିଥିବା ବର ଅନ୍ୟ ଜଣେ ବୋଲି ନୀତୁଙ୍କ ମା’ ମୀନା ଦେବୀ କହିଛନ୍ତି । ଏହି କାରଣରୁ ନୀତୁ ବିବାହ ପାଇଁ ମନା କରି ଦେଇଥିବା ଜଣା ପଡ଼ିଛି । ନୀତୁଙ୍କ କହିବା ଅନୁସାରେ ଫଟୋରେ ଥିବା ବରର ରଙ୍ଗ ସଫା ହୋଇଥିବା ବେଳେ ବାହାଘର ପାଇଁ ଆସିଥିବା ବରର ରଙ୍ଗ କଳା ହୋଇଥିବାରୁ ସେ ବିବାହ ପାଇଁ ମନା କରିଛନ୍ତି । ତେବେ ବାହାଘର ହୋଇନଥିବା ବେଳେ ବର ପକ୍ଷରୁ ଦିଆ ଯାଇଥିବା ସମସ୍ତ ସୁନା ଅଳଙ୍କାର ନୀତୁଙ୍କ ପାଖରେ ହିଁ ରହି ଯାଇଥିବାରୁ ବରର ବାପା ନିକଟସ୍ଥ ଥାନାରେ ଏକ ଅଭିଯୋଗ କରିଛନ୍ତି ।