Odia News Portal

ମଦ ନିଶାରେ ମା’କୁ ମାରିଦେଲା ପୁଅ

୨୦୧୨ରେ ସମାନ ଢଙ୍ଗରେ ବାପାଙ୍କୁ ହତ୍ୟା କରିଥିଲା ପୁଅ

କେନ୍ଦୁଝର: ପାରିବାରିକ କଳହରୁ କରୁଣ ପରିଣତି ।ମଦ ନିଶାରେ ମା’କୁ ଇଟାରେ ଛେଚି ହତ୍ୟା କଲା ପୁଅ । ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦୁଝର ବଡ଼ବିଲ ପୌରାଂଚଳ ୨ନମ୍ବର ୱାର୍ଡ଼ରେ । ମଦ ପିଇ ୫୫ ବର୍ଷୀୟା ମା’ସୋମବାରୀ ମୁଣ୍ଡାଙ୍କୁ ହତ୍ୟା କରିଛି ପୁଅ । ଅଭିଯୁକ୍ତ ପୁଅ କିଶୋର ମୁଣ୍ଡା ମଦ୍ୟପାନ କରି ମା’କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କିଶୋରକୁ ଅଟକ ରଖି ବଡ଼ବିଲ ଥାନା ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଏହା ପୂର୍ବରୁ ବାପାଙ୍କୁ ୨୦୧୨ରେ ସମାନ ଢଙ୍ଗରେ ହତ୍ୟା କରିଥିଲା ପୁଅ ।