Odia News Portal

ରାସ୍ତାକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ, ଅଟକାଇଲେ ହଳଦିଆ ନମ୍ବର ଥିବା ଗାଡ଼ି

୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ସକାଳୁ ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ହଜାର ହଜାର ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି। ଏହି କ୍ରମରେ ରାଜଧାନୀ ଭୁ‌ବନେଶ୍ବର ଉପକଣ୍ଡ ତମାଣ୍ଡୋରେ ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି। ଡ୍ରାଇଭରମାନେ ହଳଦିଆ ନମ୍ବର ଥିବା ସବୁ ମାଲବାହୀ ଗାଡ଼ିକୁ ଅଟକାଉଛନ୍ତି। ଶହଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି।

ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ବୁର୍ଲା, କୁଚିଣ୍ଡା, ହୀରାକୁଦ ସମେତ ଅନ୍ୟ ସ୍ଥାନରେ ପ୍ରତିବାଦ ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡାରେ ପୂରା ପ୍ରଭାବ, ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି। ସେହିପରି ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ସୋର ବସ୍‌ ଅଟକାଇ ଡ୍ରାଇଭରବାନେ ପ୍ରତିବାଦ କରିଛନ୍ତି। ଭଦ୍ରକ ଜିଲ୍ଲା ବସ୍ତ ଛକ ଠାରେ ମଧ୍ୟ ଯାତ୍ରୀବାହୀ ବସ୍‌ ଅଟକାଇ ଆନ୍ଦୋଳନକାରୀ ପ୍ରତିବାଦ କରିଛନ୍ତି।