Odia News Portal

ଡ୍ରାଇଭରକୁ ପିଟି ପିଟି ମାରିଦେଲେ

ବ୍ରହ୍ମପୁର: ଡ୍ରାଇଭରକୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ଟିପ୍ପର ଧକ୍କାରେ ବାଇ୍ ଆରୋହୀଙ୍କ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ଲୋକମାନେ ଆଇନକୁ ହାତକୁ ନେଇଯାଇଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଆଜି ଗଞ୍ଜାମ ଜିଲ୍ଲାର ପାଟପୁର ଡେଙ୍ଗାଡ଼ି ଛକ ନିକଟରେ ଟିପ୍ପର ଏକ ବାଇକ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଉପସ୍ଥିତ ଲୋକଙ୍କ ରାଗ ପଞ୍ଚମକୁ ଚଢ଼ିଯାଇଥିଲା । ଉତ୍ତ୍ୟକ୍ତ ଲୋକମାନେ ଟିପ୍ପର ମଧ୍ୟରୁ ଡ୍ରାଇଭର ଓହ୍ଲାଇ ନିସ୍ତୁକ ମାଡ଼ ମାରିଥିଲେ । ଲୋକଙ୍କ ମାଡ଼ରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇପଡ଼ିଥିଲେ । ଫଳରେ ତାଙ୍କୁ ଆଡପଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ମୃତ ବାଇକ୍ ଆରୋହୀଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି ରାସ୍ତାରୋକ କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।