Odia News Portal

ଓଡିଶାର ବିକାଶ ପାଇଁ ଡବଲ ଇଂଜିନ ଦରକାର

ଭୁବନେଶ୍ବର () ଓଡିଶାର ବିକାଶ ପାଇଁ ଲାଗିବ ଡବଲ ଇଂଜିନ । କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ମଧ୍ୟ ବିଜେପି  । ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଫୋକସରେ ରହିଛି ଓଡିଶା । ରାଜ୍ୟରେ ବିଜେପି ସବୁଠାରୁ ବୃହତ ଦଳ ହୋଇ ଉଭା ହେବ ବୋଲି ଦାବି କରିଛନ୍ତି ଧର୍ମେନ୍ଦ୍ର । ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ସରକାର ରହିଲେ ବିକାଶର ଧାରା ଅଧିକ କ୍ଷୀପ୍ର ହେବ ବୋଲି ସେ କହିଛନ୍ତି ।

ଗତକାଲି ସେ ପାଲଲହଡା ବିଧାନସଭା କ୍ଷେତ୍ରରୁ 2019ରେ ନିର୍ବାଚନ ଲଢିବେ ବୋଲି କହିଥିବା ବେଳେ, ଆଜି କହିଛନ୍ତି ରାଜ୍ୟର 147 ବିଧାନସଭା ଆସନ ମଧ୍ୟରୁ ଯେକୌଣସି ଗୋଟିଏ ଆସନରୁ ଲଢିବାକୁ ଆଗ୍ରହୀ । ଏଥିସହିତ ସେ ନିଜକୁ ଗୁଣ୍ଡୁଚିମୁଷା ବୋଲି କହିଛନ୍ତି । ବିଜେପି ସରକାରକୁ ଶକ୍ତିଶାଳୀ କରିବାରେ ସେ ଏହି ଭୂମୀକା ତୁଲାଉଛନ୍ତି ।

ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ବିଜେପି ଛାଡିବା ପ୍ରସଙ୍ଗରେ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜନୀତିରେ କିଏ କେଉଁଠିକି ଯିବ ତାକୁ କେହି ବି ରୋକିପାରିବେନି  । କୌଣସି ଵ୍ୟକ୍ତି ବିଶେଷ ଓଡିଶା ଭଳି ରାଜ୍ୟରେ କେବେ ପ୍ରସଙ୍ଗ ହୁଏନି ନୀତି ଆଦର୍ଶ ପ୍ରସଙ୍ଗ ହୁଏ । ମତେ କିଏ ବ୍ୟକ୍ତିଗତ ଆକ୍ଷେପ କଲେ ମୁଁ ତାର ଉତର ରଖିବିନି । ମୋର ସଂସ୍କାର ଓ ଶାଳୀନତା ଅଛି । 120+ ମିଶନ ରେ କିଛି ପ୍ରଭାବ ପଡିବନି, ଆମେ ଆମ ଲକ୍ଷ୍ୟରେ ସ୍ପଷ୍ଟ ଅଛୁ ବୋଲି ସେ କହିଛନ୍ତି ।

ସେହିଭଳି ସେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି ଯେ, ବିଜେପିରେ କେହି ଘୋଷିତ ପ୍ରାର୍ଥୀ ନାହାନ୍ତି  । ଓଡ଼ିଶାରେ ବିଜେପି ପ୍ରମୁଖ ଦଳ ହେଲା ପରେ କିଏ ଓଡ଼ିଶାରେ ନେତୃତ୍ବ ନେବ ସେ ନିଷ୍ପତ୍ତି କେନ୍ଦ୍ରୀୟ ନେତୃତ୍ବ ନେବେ ।