ଗଞ୍ଜାମ: ଆଜି ଠାରୁ ଆରମ୍ଭ ହେଲା ଗଞ୍ଜାମ ଜିଲ୍ଲାରେ ଘରକୁ ଘର ଟିକାକରଣ ପ୍ରକ୍ରିୟା ।ତେବେ ଏହି ସୁବିଧା କେବଳ ବିଏମସି ଅଞ୍ଚଳରେ ହିଁ ଲାଗୁ କରାଯିବ । ପ୍ରତ୍ୟେକ ଅଞ୍ଚଳରେ ପଂଜିକୃତ ବୟସ୍କ ଲୋକଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏହି ସେବା ପାଇଁ ଏକ ସ୍ୱତନ୍ତ୍ର ଗାଡି ମଧ୍ୟ ପ୍ରସ୍ତୁତ କରାଯାଇଛି ।
ତେବେ ଏହି ପ୍ରକ୍ରିୟାରେ ଘର ଘର ବୁଲି ପଂଜିକୃତ କିମ୍ବା ଟିକା ନେବା ପାଇଁ ସୂଚନା ଦେଇଥିବା ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିକା ପ୍ରଦାନ କରାଯିବ । ଏହାସହ ଆଜିଠୁ କରୋନା ସଚେତନତା ରଥ ବ୍ରହ୍ମପୁର ବିଏମସି ଅଞ୍ଚଳରେ ବୁଲିବାର କାର୍ଯ୍ୟକ୍ରମ ରହିଛି । ସହରର ସମସ୍ତ ଅଂଚଳରେ ପହଂଚି ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷାକରିବା, ସାନିଟାଇଜ ବ୍ୟବହାର କରିବା ନେଇ ଲୋକଙ୍କୁ ସଚେତନ କରିବ ଏହି ଗାଡ଼ି ।