ଭୂମିକମ୍ପ ବିଧ୍ବସ୍ତ ତୁର୍କୀରେ ଉଦ୍ଧାର କାର୍ୟ୍ୟ ଚଳାଇଥିବା ଭାରତର ‘ନ୍ୟାସ୍ନାଲ୍ ଡିଜାଷ୍ଟର୍ ରେସ୍ପନ୍ସ୍ ଫୋର୍ସ’ (ଏନ୍ଡିଆର୍ଏଫ୍) କର୍ମଚାରୀଙ୍କ ସହିତ ଚାରିଟିକିଆ ‘ସନ୍ଧାନୀ କୁକୁର ସ୍କ୍ବାଡ୍’ ମଧ୍ୟ ସାମିଲ ହୋଇଛି।
‘ସନ୍ଧାନୀ କୁକୁର ସ୍କ୍ବାଡ୍’ରେ ଅଛନ୍ତି ଜୁଲି, ରୋମିଓ, ହନି ଓ ରାମ୍ବୋ ନାମରେ ୪ଟି ଲାବ୍ରଡର୍ କୁକୁର। ଏହି ସନ୍ଧାନୀ କୁକୁରମାନଙ୍କ ସହିତ ମଙ୍ଗଳବାର ଦିନ ‘ଏନ୍ଡିଆର୍ଏଫ୍’ର ଦୁଇଟି ପୃଥକ୍ ଟିମ୍ ତୁର୍କୀ ଯାତ୍ରା କରିଥିଲେ।
ଉଦ୍ଧାର କାର୍ୟ୍ୟ ନିମନ୍ତେ ବିଶେଷ ପ୍ରଶିକ୍ଷଣପ୍ରାପ୍ତ ଏହି କୁକୁରମାନେ ଗନ୍ଧ ବାରିବାରେ ଅତି ବିଚକ୍ଷଣ। କୋଠାବାଡ଼ିର ଭଙ୍ଗାରୁଜା ସ୍ତୂପରେ ଜୀବିତାବସ୍ଥାରେ ପୋତି ହୋଇ ରହିଯାଇଥିବା ବ୍ୟକ୍ତିବିଶେଷଙ୍କୁ ଖୋଜି ଉଦ୍ଧାର କରିବା ଲାଗି ଏହି କୁକୁର ସ୍କ୍ବାଡ୍ ବିଶେଷ ସହାୟତା କରୁଛି।
ତୁର୍କୀ ଯାଇଥିବା ‘ଏନ୍ଡିଆର୍ଏଫ୍’ ଟିମ୍ର ‘କଣ୍ଟିଜେଣ୍ଟ୍ କମାଣ୍ଡର୍’ ଗୁରୁମିନ୍ଦର୍ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ଉଦ୍ଧାର କାର୍ୟ୍ୟରେ କୁକୁର ସ୍କ୍ବାଡ୍ ଭାରି ସହାୟକ ହେଉଛି। ମାଈ କୁକୁର ଜୁଲି ଫସିରହିଥିବା ଜୀବନ୍ତ ଲୋକମାନଙ୍କୁ ଚିହ୍ନଟ କରି ଦୁର୍ଲଭ ଜୀବନ ରକ୍ଷା କରାଇବାରେ ‘ଟିମ୍’କୁ ସାହାଯ୍ୟ କରୁଛି।
କେବେଳ ଭାରତ ନୁହେଁ ବିଶ୍ବର ଆଉ କେତେକ ଦେଶ ମଧ୍ୟ ତୁର୍କୀକୁ ପଠାଇଥିବା ଉଦ୍ଧାରକାରୀ ଦଳଙ୍କ ସହିତ କୁକୁର ସ୍କ୍ବାଡ୍ ପଠାଇଛନ୍ତି।
ସଦ୍ୟତମ ସୂଚନା ଅନୁସ।ରେ, ଭୂମିକମ୍ପ ଯୋଗୁଁ ତୁର୍କୀ ଓ ସିରିୟାରେ ମୃତ୍ୟୁସଂଖ୍ୟା ୨୫୦୦୦ ଅତିକ୍ରମ କରିଗଲାଣି। ଏହାଛଡ଼ା, ଆହୁରି ଅନେକ ମଧ୍ୟ ଆହତ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.