କୋଟିପତି ରିଅଲିଷ୍ଟେଟ ବ୍ୟବସାୟୀ ୯୧ ବର୍ଷିୟ କୁଶାଲପାଲ ସିଂଙ୍କ ପତ୍ନୀ ୨୦୧୮ ମସିହାରେ କର୍କଟ କାରଣରୁ ମୃତ୍ୟୁବରଣ କରିଥିଲେ । ଦୀର୍ଘ ୫ବର୍ଷ ପରେ ଏବେ ପୁଣିଥରେ ପ୍ରେମରେ ପଡିଛନ୍ତି ଏହି କୋଟିପତି ବ୍ୟବସାୟୀ ତଥା ଡିଏଲଏଫର ମାଲିକ । ଏକ ଜାତୀୟ ଗଣମାଧ୍ୟମରେ କୁଶାଲପାଲ ସିଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି ଖୁଲାସା କରିଛନ୍ତି । ନିଜର ସ୍ୱଗତଃ ପତ୍ନୀ ସହିତ ତାଙ୍କ ସହ ସଂପର୍କର ନିବିଡତା ଓ ପୁଣି ନୂଆ ପ୍ରେମ କାହାଣୀ ନେଇ ସେ ଅନେକ କିଛି କହିଛନ୍ତି ।
କେପି ସିଂ କହିଛନ୍ତି କି ତାଙ୍କ ପତ୍ନୀ ତାଙ୍କ ପାଇଁ ଏକ ବନ୍ଧୁଠାରୁ କୌଣସି ଗୁଣରେ କମ୍ ନଥିଲେ । କର୍କଟରେ ପୀଡିତ ହୋଇ ତାଙ୍କର ମୃତ୍ୟୁ ହେବା ପରେ କେପି ସିଂ ଏକୁଟିଆ ରହିବାକୁ ସ୍ୱୀକାର କରିନେଇଥିଲେ । ସେ କହିଥିଲେ କି ୬୫ ବର୍ଷର ସଂପର୍କ ପରେ ଯେତେବେଳେ ଜଣେ ନିଜର ସାଥୀକୁ ହରାଇ ଦେଇଥାଏ ସେତେବେଳେ ଉଦାସ ରହିବା ସ୍ୱଭାବିକ ।
କେପି ସିଂ କହିଛନ୍ତି କି, ତାଙ୍କ ପତ୍ନୀଙ୍କ ମୃତ୍ୟୁ ପୂର୍ବରୁ ସେ ଜୀବନରେ ପରାଜୟ ସ୍ୱୀକାର ନକରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । ସ୍ତ୍ରୀଙ୍କର ଏହି ପରାମର୍ଶ ତାଙ୍କୁ ଆଜି ପୁଣିଥରେ ପ୍ରେମରେ ପଡିବାକୁ ବାଧ୍ୟ କରିଥିଲା ବୋଲି କେପି ସିଂ କହିଛନ୍ତି । ଏହାସହ ସେ ନିଜର ନୂଆ ପ୍ରେମିକା ବାବଦରେ ମଧ୍ୟ ସମସ୍ତ ଖୁଲାସା କରିଛନ୍ତି । ତାଙ୍କର ନୂଆ ପ୍ରେମିକା ନାମ ହେଉଛି ଶୀନା । କେପି ସିଂଙ୍କ ମତରେ ସୀନା ଅନ୍ୟ ମାନଙ୍କ ଠାରୁ ଅଲଗା । ସେ ସବୁପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଥାନ୍ତି । ଏହାସହ ଏବେ ସେ ଶୀନାଙ୍କ ସହ ପ୍ରତିଟି ସମୟ ବିତାଉଛନ୍ତି । ଜୀବନରେ ଯେତେବେଳେ ବି କୌଣସି ଅସୁବିଧା ଆସୁଛି ସେତେବେଳେ ଶୀନା ତାଙ୍କ ସହିତ ରହୁଛନ୍ତି ଓ ଶୀନା କେପିସିଂଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା କଥା ଡିଏଲଏଫ ମାଲିକ କହିଛନ୍ତି ।