ଟୋକିଓ: ଆଜି ଭାରତର ପାଳି । ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ଆଜି ଗୋଟିଏ ଦିନରେ ୩ଟି ପଦକ ଜିତିଛି । ପୂର୍ବରୁ ଦୁଇଟି ରୌପ୍ୟ ପଦକ ଜିତିଥିବା ବେଳେ ଏବେ ଡିସକସ ଥ୍ରୋରେ ବ୍ରୋଞ୍ଚ ପଦକ ଜିତିଛନ୍ତି ବିନୋଦ କୁମାର । ଭାବିନା ପଟେଲ ଟେବୁଲ ଟେନିସରେ ରୌପ୍ୟ ପଦକ ଜିତିଥିବା ବେଳେ ହାଇଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ଜିତିଥିଲେ ।