Odia News Portal

ବିଶିଷ୍ଟ ଶିକ୍ଷାବିତ ଦୀନବନ୍ଧୁ ମିଶ୍ରଙ୍କ ପରଲୋକ

ପୁରୀ ମୁନସିପାଲ୍ ହାଇସ୍କୁଲ ଓ ବିଶ୍ଵମ୍ଭର ବିଦ୍ୟାପୀଠ ର ପ୍ରାକ୍ତନ ଶିକ୍ଷକ ତଥା ବଳଗଣ୍ଡି ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ଛାତ୍ରବତ୍ସଳ ଶିକ୍ଷାବିତ୍ ଦୀନବନ୍ଧୁ ମିଶ୍ରଙ୍କ ୮୫ ବର୍ଷରେ ପରଲୋକ ହୋଇଛି। ଗଣିତ ଓ ବିଜ୍ଞାନ ବିଦ୍ୟାରେ ଶହଶହ କୃତି ଛାତ୍ର ଛାତ୍ରୀ ସୃଷ୍ଟି କରିଥିବା ଶ୍ରୀମିଶ୍ର, ପୁରୀ ଜିଲ୍ଲାର ପାଠାଗାର ଆନ୍ଦୋଳନର ଅନ୍ୟତମ ସେନାପତି ଭାବେ ପରିଚିତ ଥିଲେ। ସର୍ବମଙ୍ଗଳା ପାଠାଗାର ର ସଂପାଦକ ଭାବେ ପଚିଶି ବର୍ଷ ଧରି କାର୍ଯ୍ୟ କରିବା ସହ ସାହିତ୍ୟକୃତିରେ ସୁନାମ ଅର୍ଜନ କରିଥିବା ଶ୍ରୀମିଶ୍ର, କିଛି ଦିନ ହେବ ବୟସାଧିକ ରୋଗରେ ପୀଡିତ ହୋଇଥିଲେ। ବାସୁଦେବପୁର ଶାସନ ରୁ ଶିକ୍ଷକତା ଆରମ୍ଭ କରିଥିବା ଶ୍ରୀମିଶ୍ର,ଶିକ୍ଷକ ସମସ୍ୟା କୁ ସରକାରଙ୍କ ଠାରେ ପହଞ୍ଚାଇବା ପାଇଁ ସର୍ବଭାରତୀୟ ଶିକ୍ଷକ ଫେଡେରେସନ ର ନେତୃତ୍ବ ନେଇଥିଲେ।ପୁରୀ ମାର୍କଣ୍ଡେଶ୍ୱର ସାହି ସାମିଲ ରଥସାହି ର ବରେଣ୍ୟ ବ୍ୟକ୍ତିତ୍ବଙ୍କୁ ଏକ ଭବ୍ୟ ଶୋଭାଯାତ୍ରା ରେ ସ୍ବର୍ଗଦ୍ବାର ନିଆଯାଇଥିଲା। ଏହି ମହାପ୍ରୟାଣ ରେ ବିଶିଷ୍ଟ ସାମ୍ବାଦିକ ତଥା ପୁତୁରା ମଧୁସୂଦନ ମିଶ୍ର, ସମାଜସେବୀ ବଦ୍ରି ମିଶ୍ର, ଜଗନ୍ନାଥ ମିଶ୍ର,ନାରାୟଣ କର,ମନୋଜ ମିଶ୍ର,ଡାକ୍ତର କଳ୍ପଲତା ପତି, ସତ୍ୟନାରାୟଣ ମିଶ୍ର,,ବେନୁନାଥ ମିଶ୍ର, ସୁବ୍ରତ ଷଡଙ୍ଗୀ, ସୁଶାନ୍ତ ପାଟଯୋଶୀ, ନାତି କୀର୍ତ୍ତିରଞ୍ଜନ ମିଶ୍ର ଓ କୌସ୍ତୁଭ ମିଶ୍ର, ଡାକ୍ତର ଦେବଦତ୍ତ ମିଶ୍ର, ପ୍ରଫୁଲ୍ଲ ଖୁଣ୍ଟିଆ,ଶ୍ରୀମୁଖ ଯୋଶୀ,ବିଜୟ ମହାପାତ୍ର, ବ୍ରଜକିଶୋର ସାହୁ,ଲୋକନାଥ ମହାନ୍ତି,ପୂର୍ଣ୍ଣଚନ୍ଦ୍ର ମହାନ୍ତି, ରବିନ୍ଦ୍ର ଚୌଧୁରୀ,ଅପୁ କୁମାର ଓର,ବଦ୍ରି ନାରାୟଣ ମିଶ୍ର,ଶୋଭନ ମିଶ୍ର,ମୁନସିପାଲ୍ ହାଇସ୍କୁଲ , ବିଶ୍ଵମ୍ଭର ବିଦ୍ୟାପୀଠ ଓ ବଳଗଣ୍ଡି ହାଇସ୍କୁଲର ର ଅନେକ ପୂରାତନ ଛାତ୍ର ଉପସ୍ଥିତ ଥିଲେ।ମୁଖାଗ୍ନି ଦେଇଥିଲେ ପୁତ୍ର ରଶ୍ମି ରଂଜନ ମିଶ୍ର। ଏବେ ବି ଶ୍ରୀମିଶ୍ରଙ୍କ ଅନେକ ଛାତ୍ର ଇସ୍ରୋ ଓ ନାସା ରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି।