ପୁଣି ଥରେ ବିବାହ କଲେ ବିଜେଡି ବିଧାୟକ ତଥା ପୂର୍ବତନ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ସୂଚନାଯୋଗ୍ୟ ଯେ ତାଙ୍କର ଏକ ପୁତ୍ର ସନ୍ତାନ ବର୍ତ୍ତମାନ ଦୁବାଇରେ ତାଙ୍କ ପ୍ରଥମ ସ୍ତ୍ରୀ ପାଖରେ ରହି ପାଠ ପଢୁଛି। ଏହା ଉଭୟ କ୍ୟାପଟେନ ମିଶ୍ର ଓ ତାଙ୍କ ନୂତନ ପତ୍ନୀ ପ୍ରୀୟଙ୍କାଙ୍କ ଦୁତିୟ ବିଭାହ ଓ ଉଭୟଙ୍କ ପୂର୍ବରୁ ଛାଡପତ୍ର ହୋଇସାରିଛି। ପୂର୍ବରୁ ମମିତା ମେହେର ଘଟଣାକୁ ନେଇ ଚର୍ଚ୍ଚାରେ ଥିଲେ କ୍ୟାପଟେନ ମିଶ୍ର।
ସୄଚନା ମୁତାବକ,ରବିବାର ପୂର୍ବାହ୍ନରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଥିବା ବେଳେ ଏବେ ବିବାହ ସମ୍ପନ୍ନ ହୋଇଛି। ଏଥିସହ ସନ୍ଧ୍ୟାରେ ବିବାହ ଭୋଜିରେ ଆୟୋଜନ କରାଯାଇଥିବା ସୂଚନା ମିଳିଛି। ବିବାହ ଉତ୍ସବରେ ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ମିଶାଇ କେତେକ ହାତ ଗଣତି ଲୋକ ସାମିଲ ହୋଇଛନ୍ତି।