ଢ଼େଙ୍କାନାଳ: ସମ୍ପତି ଲୋଭରେ ପାଗଳ ହେଲା ଜ୍ୱାଇଁ । ଶେଷରେ ସମ୍ପର୍କ ନଦେଖି ଶ୍ୱଶୂରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଢ଼େଙ୍କାନାଳ ଜିଲ୍ଲା ପାତ୍ରଭାଗ ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ପୋଲିସ ଅଭିଯୁକ୍ତ ଜ୍ୱାଇଁ ଗିରିଷ ଦେହୁରୀକୁ ଗିରଫ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ସମ୍ପତି କୁ ନେଇ ପୂର୍ଣ୍ଣଚନ୍ଦ୍ରଙ୍କ ସହ ତାଙ୍କ ଝିଅ ଜ୍ବାଇଁଙ୍କର ବିବାଦ ଲାଗିଥିଲା । ତେବେ ତାଙ୍କ ଝିଅ ଜ୍ବାଇଁ ଆସି ଘରେ ରହିଥିବାବେଳେ ଗତ ରାତିରେ ସମସ୍ତେ ଶୋଇଥିଲେ । ମାତ୍ର ଆଜି ଭୋର ସମୟରେ ବାପା ପୂର୍ଣ୍ଣଚନ୍ଦ୍ର ଶୋଇଥିବା ଘରୁ ପାଟିତୁଣ୍ଡ ଶୁଭିଥିଲା । ଏପରିକି ତାଙ୍କୁ ମାଡ଼ପିଟ ହେଉଥିବା ଶବ୍ଦ ଶୁଣି ପୁଅ ପରେଶ ଉଠିବା ବେଳକୁ ତାଙ୍କୁ ବହାରପଟୁ କିଏ କବାଟ ଦେଇ ଦେଇଥିଲେ।
ପରେ କୌଣସିମତେ ଖୋଲି ବହାରିବାପରେ ବାପା ପୂର୍ଣ୍ଣଚନ୍ଦ୍ର ମୁର୍ମୁଶୁ ଆବସ୍ଥାରେ ପଡିଥିବା ଦେଖିଥିଲେ ପୁଅ ପରେଶ। ପରେ ଆମ୍ବୁଲାନ୍ସ ଡକାଇ ଢେଙ୍କାନାଳ ମୁଖ୍ୟ ଡକ୍ଟରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିବା ମୃତ ପୂର୍ଣଚନ୍ଦ୍ରଙ୍କ ପୁଅ ପ୍ରକାଶ କରିଛନ୍ତି ।