ଡିଜିସିଏ ନିୟମ ଉଲ୍ଲଙ୍ଘନ କରିଥିବାରୁ ଏୟାର ଏସିଆକୁ ଲାଗିଲା ବଡ ଝଟକା। ୨୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଲା ଡିଜିସିଏ। ଡିଜିସିଏ ମୁତାବକ, ଏୟାର ଏସିଆ ପାଇଲଟ ଟ୍ରେନିଂରେ ଗଡବଡ କରିଛି। ଏହା ସହିତ ପାଇଲଟଙ୍କ ପ୍ରୋଫିସିଏନ୍ସି ରେଟିଂ ଚେକ୍ ସମୟରେ ଅଭ୍ୟାସ କରିନାହିଁ । ତେଣୁ ଏୟାର ଏସିଆ ଉପରେ ୨୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି ଡିଜିସିଏ ।
ଖବର ମୁତାବକ, ଡିଜିସିଏର ନିୟମ ମୁତାବକ କାମ ନ କରିବାରୁ ଏୟାର ଏସିଆକୁ ଲାଗିଲା ୨୦ ଲକ୍ଷ ଟଙ୍କାର ଜୋରିମାନା। ଏୟାର ଏସିଆର ଟ୍ରେନିଂ ମୁଖ୍ୟକୁ ମଧ୍ୟ ନିଜ କାର୍ୟ୍ୟ ସଠିକ୍ ଭାବେ ନ ତୁଲାଇବା ଅଭିଯୋଗରେ ତିନି ମାସ ପାଇଁ କାର୍ୟ୍ୟରୁ ବହିଷ୍କାର କରାଯାଇଛି । ଏହାଛଡା ୮ ଜଣ ପରୀକ୍ଷକଙ୍କ ଉପରେ ୩ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି । ଏଥିପାଇଁ ଡିଜିସିଏ ନୋଟିସ ମଧ୍ୟ ଜାରି କରିଛି ।
ସୂଚନାଯୋଗ୍ୟ, ନିକଟରେ ବିମାନ ଜଡିତ ମାମଲା ବଢିବାରେ ଲାଗିଛି । ବିମାନରେ ପରିସ୍ରା କରିବା ମାମଲା ଠାରୁ ଆରମ୍ଭ କରି ଯାତ୍ରୀଙ୍କୁ ନ ନେଇ ବିମାନ ଉଡିଯିବା ମାମଲା ରହିଛି । ବିମାନରେ ପରିସ୍ରା କରିବା ଘଟଣାରେ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କାର ଜୋରିମାନା କରିଥିଲା ଡିଜିସିଏ । ପାଇଲଟଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିଥିଲା ଡିଜିସିଏ । ସେହିପରି ଗୋ ଫାଷ୍ଟର ଏକ ବିମାନ ଯାତ୍ରୀଙ୍କୁ ନ ନେଇ ଉଡାଣ ଭରିଥିଲା। ଏୟାରଲାଇନ ଛାଡି ଚାଲିଯାଇଥିବା ୫୫ ଜଣ ଯାତ୍ରୀଙ୍କୁ ବର୍ଷକ ଭିତରେ କୌଣସି ସ୍ଥାନକୁ ଟ୍ରାଭେଲ କରିବା ପାଇଁ ଗୋଟିଏ ମାଗଣା ଟିକେଟ ଦେବ । ଏହି ମାମଲାରେ ମଧ୍ୟ ଡିଜିସିଏ କଠୋର କାର୍ୟ୍ୟାନୁଷ୍ଠାନ ନେଇଥିଲା ।
ନିୟମ ଉଲ୍ଲଙ୍ଘନ କରିଥିବାରୁ ଏୟାର ଏସିଆକୁ ଲାଗିଲା ବଡ ଝଟକା। ୨୦ ଲକ୍ଷ ଟଙ୍କା ଜୋରିମାନା ଲଗାଇଲା ଡିଜିସି । ଡିଜିସିଏ ମୁତାବକ, ଏୟାର ଏସିଆ ପାଇଲଟ ଟ୍ରେନିଂରେ ଗଡବଡ କରିଛି। ଏହା ସହିତ ପାଇଲଟଙ୍କ ପ୍ରୋଫିସିଏନ୍ସି ରେଟିଂ ଚେକ୍ ସମୟରେ ଅଭ୍ୟାସ କରିନାହିଁ । ତେଣୁ ଏୟାର ଏସିଆ ଉପରେ ୨୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି ଡିଜିସିଏ ।