ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ୩୦୦ରୁ ଅଧିକ ପୋଲିସ କର୍ମୀ ଆହତ । ଏନେଇ ଆଜି ଦିଲ୍ଲୀ ପୁଲିସର ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଏଥିସହ ଏହି ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ନିକଟରେ ଥିବା ପଞ୍ଜାବ ଓ ହରିୟାଣା ସୀମାରେ ହାଇଆଲର୍ଟ ଜାରି କରାଯାଇଛି । ଗତକାଲି ଚାଷୀଙ୍କ ହିଂସାକାଣ୍ଡରେ ହିଂସାରେ ୩୦୦ରୁ ଅଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। ଅନ୍ୟପଟେ ଗତକାଲିର ହିଂସାକାଣ୍ଡ ପରେ ଦିଲ୍ଲୀ ପୋଲିସ୍ ଲାଲକିଲ୍ଲା ଅଞ୍ଚଳର ସିସିଟିଭିକୁ ଯାଞ୍ଚ କରିବା ସହ ସମସ୍ତ ଭିଡିଓକୁ ତଦନ୍ତ ପରିସରକୁ ନେଇଛି।

ସୂଚନାନୁଯାୟୀ, ଦିଲ୍ଲୀରେ ଘଟିଥିବା ହିଂସା ଘଟଣାରେ ଉତ୍ତର ଦିଲ୍ଲୀରେ ୪୧, ପୂର୍ବ ଦିଲ୍ଲୀରେ ୩୪, ପଶ୍ଚିମ ଦିଲ୍ଲୀରେ ୨୭, ଦ୍ଵାରକାରେ ୩୨, ଉତ୍ତର ଜିଲ୍ଲାରେ ୧୨, ଶାହଦରାରେ ୫, ଦକ୍ଷିଣ ଜିଲ୍ଲାରେ ୪ ଓ ଦିଲ୍ଲୀ ବାହାର ଜିଲ୍ଲାରେ ୭୫ ଜଣ ଆହତ ହୋଇଛନ୍ତି । ଦିଲ୍ଲୀ ପୋଲିସ କହିଛି ଯେ ହିଂସା ବେଳେ ଆଇଟିଓ ଏଡିସନାଲ ଡିସିପି ସେଣ୍ଟ୍ରାଲ ଅପରେଟରଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି।

୫ରୁ ୩ଜଣଙ୍କ ପୁଲିସ କର୍ମୀଙ୍କ ମୁଣ୍ଡରେ ଆଘାତ ଲାଗିଛି, ସେମାନଙ୍କ ଫ୍ୟାକଚର ସମସ୍ୟା ଦେଖାଯାଇଛି। ସେହିପରି ପ୍ରଦର୍ଶନକାରୀମାନ ୮ଟି ବସ, ୧୭ଟି ପ୍ରାଇଭେଟ ଗାଡି ଭଙ୍ଗାରୁଜା କରିଛନ୍ତି। ସେହିଭଳି ଲାଲକିଲ୍ଲାରେ ମଧ୍ୟ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦଙ୍ଗା ପ୍ରଦର୍ଶନକାରୀ | ସେପଟେ ହିଂସାର ମୂଳ ଯାଏଁ ପହଞ୍ଚିବା ପାଇଁ ଦିଲ୍ଲୀ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।