ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କାରଣରୁ ସ୍କୁଲ-କଲେଜ ବନ୍ଦ କରି ଦିଆଯାଇଥିଲା । ଏବେ ପୁଣି ଥରେ ନଭେମ୍ବରରୁ ୨୯ ଖୋଲିବାର ନିଷ୍ପତ୍ତି ନିଆଯାଇଛି । ପ୍ରଦୂଷଣ ସ୍ତର ହ୍ରାସ ପାଇବା ହେତୁ ପୁଣଇ ଥରେ ସବୁ ଖୋଲି ଦିଆଯିବ ବୋଲି ଆପ୍ ସରକାରଙ୍କ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ନଭେମ୍ବର ୨୯ରୁ ସରକାରୀ କର୍ମଚାରୀଙ୍କୁ ପାଇଁ ୱାର୍କ ଫର୍ମ ହୋମ୍ ଶେଷ କରାଯାଉଛି । ଲୋକଙ୍କୁ ପରାମର୍ଶ ଦିଆଯାଇଛି ସେମାନେ ପବ୍ଲିକ ଟ୍ରାନ୍ସଫୋର୍ଟକୁ ବ୍ୟବହାର କରନ୍ତୁ । ପ୍ରଦୂଷଣ ସମସ୍ୟା ଉପରେ ରିଭ୍ୟୁ ବୈଠକ କରିବା ପରେ ମନ୍ତ୍ରୀ ଗୋପାଳ ରାୟ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ।
ସେ କହିଛନ୍ତି ଯେ ଗତ ତିନି ଦିନରେ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଲଗାତାର ସୁଧାରିବାରେ ଲାଗିଛି । ବର୍ତ୍ତମାନ ସମୟରେ ପ୍ରଦୂଷଣ ଦୀପାବଳି ପୂର୍ବରୁ ଯେଉଁବଳି ଥିଲା ସେହିଭଳି ରହିଛି । ଗତ କିଛି ବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ରାଜଦାନୀରେ ଓ ଏହାର ଆଖପାଖର ବାୟୁ ପ୍ରଦୂଷିତ ହୋଇଥିଲା । ତେବେ ଗତ କିଛି ଦିନ ଭିତରେ ଏଥିକରେ ସୁଧାର ହୋଇଛି ।