ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ମାମଲା ହ୍ରାସ ପାଇବା ମଧ୍ୟରେ ସରକାର ଅନଲକ– ୬ ପାଇଁ ନିର୍ଦ୍ଦେଶନାମା ଜାରି କରି ଅନଲକ୍ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି। ଦୀର୍ଘଦିନ ଧରି ଅପେକ୍ଷା କରିଥିବା ସିନେମା ହଲ୍ ଏବଂ ମଲ୍ଟିପ୍ଲେ ଗୁଡ଼ିକ ମଧ୍ୟ ଏଥର ଖୋଲିବ ନାହିଁ । ସରକାର ସିନେମା ହଲ୍, ପ୍ରେକ୍ଷାଳୟ, ମଲ୍ଟିପ୍ଲେକ୍ସକୁ ବନ୍ଦ କରି ରଖିଥିବା କାର୍ୟ୍ୟକଳାପ ବର୍ଗରେ ରଖିଛନ୍ତି ଜ୍ଝ ତେବେ ଅନ୍ଲକ୍ – ୬ ରେ କ୍ରୀଡା କ୍ଲବ୍ ଏବଂ ଷ୍ଟାଡିୟମ୍ ଖୋଲିବାକୁ ଅନୁମତି ଦିଆଯାଇଛି। ଡିଡିଏମ୍ ଦ୍ୱାରା ଜାରି କରାଯାଇଥିବା ଏକ ଆନୁଷ୍ଠାନିକ ଆଦେଶରେ କୁହାଯାଇଛି ଯେ ଷ୍ଟାଡିୟମ, ସ୍ପୋର୍ଟସ କମ୍ପ୍ଲେକ୍ସ ସୋମବାର ଠାରୁ ଦିଲ୍ଲୀରେ ଖୋଲିବ କିନ୍ତୁ ଦର୍ଶକ ବିନା। ଏହାପୂର୍ବରୁ ଦିଲ୍ଲୀରେ ଷ୍ଟାଡିୟମ ଏବଂ କ୍ରୀଡା କମ୍ପ୍ଲେକ୍ସ ଖୋଲିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ କେବଳ ସେହିମାନଙ୍କର ତାଲିମ ପାଇଁ ଯେଉଁମାନେ କୌଣସି ଜାତୀୟ କିମ୍ବା ଆନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ଏବଂ ଜାତୀୟ କିମ୍ବା ଆନ୍ତର୍ଜାତୀୟ କ୍ରୀଡା ଇଭେଣ୍ଟ ଆୟୋଜନ ପାଇଁ ଜ୍ଝ ବର୍ତ୍ତମାନ ଷ୍ଟାଡିୟମ୍ କିମ୍ବା ସ୍ପୋର୍ଟସ୍ କମ୍ପ୍ଲେକ୍ସ ସାଧାରଣ ଭାବେ ଖୋଲିବାକୁ ସକ୍ଷମ ହେବ କିନ୍ତୁ ସେଠାରେ କୌଣସି ଦର୍ଶକ ରହିବା ଉଚିତ୍ ନୁହେଁ ଜ୍ଝ