Odia News Portal

ଘୋଷଣା ହେଲା ଟି-୨୦ ବିଶ୍ୱକପ ସୂଚୀ

ନୂଆଦିଲ୍ଲୀ: ଅକ୍ଟୋବରରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ । ତେବେ ବିସିସିଆଇ ଏଥିଲାଗି ଘୋଷଣା କରାଯାଇଛି ସୂଚୀ । ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ । ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ। ଅକ୍ଟୋବର ୧୭ରୁ ଓମାନ ଏବଂ ପପୁଆ ନ୍ୟୁ ଗିନି ମଧ୍ୟରେ ମ୍ୟାଚରୁ ଟୁର୍ନାମେଣ୍ଟ ଆରମ୍ଭ ହେବ ଜ୍ଝ ଫାଇନାଲ ୧୪ ନଭେମ୍ବରରେ ଅନୁଷ୍ଠିତ ହେବ ।

ଓମାନରେ ଖେଳାଯିବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରେ ୨୦୧୪ ବିଜେତା ଶ୍ରୀଲଙ୍କା ଓ ବାଂଲାଦେଶ ସହ ୮ଟି ଦଳ ମଧ୍ୟରେ ପ୍ରତିଯୋଗିତା ହେବ । ଏହି ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ସୁପର-୧୨ ରାଉଣ୍ଡକୁ ଉନ୍ନୀତ ହେବେ। ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟାନ୍ତ ବିଶ୍ୱକପ ଅନୁଷ୍ଠିତ ହେବ । ଯୋଗ୍ୟତା ପର୍ଯ୍ୟାୟ ସମେତ ମୋଟ ୪୫ଟି ମ୍ୟାଚ୍ ଖେଳାଯିବ । ଏଥିମଧ୍ୟରୁ କ୍ୱାଲିଫାୟର ରାଉଣ୍ଡରେ ୧୨ଟି ମ୍ୟାଚ୍ ଏବଂ ସୁପର -୧୨ ରାଉଣ୍ଡରେ ୩୦ଟି ମ୍ୟାଚ୍ ଖେଳାଯିବ। ଏହାଛଡ଼ା ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ହେବ ।