Odia News Portal

କୋଭିସିଲ୍ଡ ଓ କୋଭାକ୍ସିନକୁ ଡିସିଜିଆଇର ଅନୁମତି

ନୂଆଦିଲ୍ଲୀ : ଡିିସିଜିିଆଇର ବଡ ଘୋଷଣା | କୋଭିସିଲ୍ଡ ଓ କୋଭାକ୍ସିନ୍‌ର ଜରୁରୀକାଳୀନ ପ୍ରୟୋଗ ପାଇଁ ଡିସିଜିଆଇ (DCGI)ଙ୍କ ଅନୁମତି । ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍‌ର କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଇଣ୍ଡିଆ (DCGI) । ଏଥିସହିତ ଭାରତରେ କାଡିଲା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମଧ୍ୟ ଅନୁମତି ମିଳିଛି ।ତେବେ କୋଭିସିଲ୍ଡ ଓ କୋଭାକ୍ସିନ୍‌ର ଜରୁରୀକାଳୀନ ପ୍ରୟୋଗକୁ ଅନୁମତି ମିଳିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଟ୍ୱିଟ ଯୋଗେ ଅଭିନନ୍ଦନ ଜଣାଇଛନ୍ତି |

ସୂଚନାନୁଯାୟୀ, କୋଭାକ୍ସିନର ଜରୁରୀକାଳୀନ ପ୍ରୟୋଗ ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ଭାରତ ବାୟୋଟେକ୍ ଓ ଆଇସିଏମଆର ଦ୍ବାରା ପ୍ରସ୍ତୁତ ହୋଇଛି କୋଭାକ୍ସିନ। ଦ୍ଵିତୀୟ ଟିକା ଭାବେ କୋଭାକ୍ସିନକୁ ମିଳିଥିଲା ଅନୁମତି । ଏହା ପୂର୍ବରୁ କୋଭିସିଲ୍ଡକୁ ମଧ୍ୟ ମିଳିଥିଲା ଅନୁମତି। ସେହିଭଳି କୋଭିସିଲ୍ଡକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ବିକଶିତ କରିଥିବାବେଳେ ପୁଣେର ସେରମ ଇନଷ୍ଟିଚ୍ୟୁଟ ଭାରତରେ ଏହାକୁ ପ୍ରସ୍ତୁତ କରିଛି । ଏହି ସଂସ୍ଥା କୋଭିସିଲ୍ଡର ୫ କୋଟି ଡୋଜ ପ୍ରସ୍ତୁତ କରିସାରିଛି । ଏବେ ଜିସିଜିଆଇ ଟିକାକୁ ଅନୁମତି ଦେବା ପରେ ଖୁବଶୀଘ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହେବ । ତେବେ ଡ୍ରାଏରନରରେ ଡିଜିସିଆଇ ପକ୍ଷରୁ ଏହି ଦୁଇ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦିଆଯାଇଛି । ତେବେ ଏଯାବତ୍ ଟିକାର ପରୀକ୍ଷଣରୁ ପ୍ରାପ୍ତ ରିପୋର୍ଟ ଅନୁଯାୟୀ ଟିକା ସୁରକ୍ଷିତ ଥିବା କହିଛନ୍ତି ଡିଜିସିଆଇ ।