ତା୨୫.୧୨.୨୪ ଡିଏଭି ପୋଖରୀପୁଟରେ ପୁରାତନ ଛାତ୍ର ପରିଷଦର ବୈଠକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ବେଦପାଠ ଓ ଡିଏଭି ଗାନ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଛାତ୍ର ପରିଷଦର ସଭାପତି ଡକ୍ଟର କାଳୀପ୍ରସାଦ ରଥ ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀ ଙ୍କୁ ବହୁସଂଖ୍ୟାରେ ପରିଷଦ ସହିତ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ।ପୁରାତନ ଛାତ୍ର ସଂଘର ସଭାପତି ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ନିଜର ଅଭିଭାଷଣରେ କହିଥିଲେ ୨୦୨୬ ରେ ପାଳନ ହେବାକୁ ଥିବା ଏହି ପରିଷଦର ରଜତ ଜୟନ୍ତୀ ଉତ୍ସବ ଛାତ୍ର ଓ ଯୁବଶକ୍ତି ପାଇଁ ହେଉ ଅପୂର୍ବ ମହମିଳନର ପର୍ବ।ଜାତୀୟ ସ୍ତରରେ ଆଜି ବିଦ୍ୟାଳୟ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ ହୋଇପାରିବା କଥା ତୁମ ପାଇଁ ଗୌରବର ବିଷୟ।ଦେଶ ଓ ସମାଜ ଗଠନରେ ନିଜ କୁ ନିୟୋଜିତ କରି ନିଜ ତଥା ବିଦ୍ୟାଳୟ ପାଇଁ ନୂଆ କୀର୍ତ୍ତି ସୃଷ୍ଟି କରିବାକୁ ସେ ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ପରାମର୍ଶ ଦେଇଥିଲେ।ପୁରାତନ ଛାତ୍ର ସଂଘର ଉପସଭାପତି ବରିଷ୍ଠ ନିରୀକ୍ଷକ ଶିତିକଣ୍ଠପତି ଙ୍କ ପ୍ରତ୍ୟକ୍ଷମାର୍ଗଦର୍ଶନରେ ୨୦୧୦ରୁ୨୦୨୩ ପର୍ଯ୍ୟନ୍ତ ପ୍ରତିବର୍ଷ ପାଇଁ ଜଣେ ଲେଖାଏଁ ଛାତ୍ର ପରିଷଦର ସଂଯୋଜକ ପ୍ରତିନିଧିଦାୟିତ୍ଵ ଅର୍ପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଆଇଡଲ୍ଜୁନିଅର୍ଦୁଇ ର ବିଜୟିନୀ ଅନନ୍ୟା ଶ୍ରୀତମନନ୍ଦ ,ଇଣ୍ଡିଆନଆଇଡଡ଼ି ଆଲ୍ଅର ଜୁନିଅର ୧୩ ରେ ଶୀର୍ଷସୋପାନରେ ଉପନୀତ ଚାଳିଶଜଣଙ୍କ ମଧ୍ୟରେ ସ୍ଥାନ ପାଇଥିବା ରାଜୀବଲୋଚନଦାଶ,ଓଡ଼ିଆ ସାରେଗାମାପାର ବିଜୟିନୀତନୁଶ୍ରୀ ଜେନା ଙ୍କ ପରି ଅନେକ ଖ୍ୟାତନାମା କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ହୃଦୟସ୍ପର୍ଶୀ ସଙ୍ଗୀତ ପରିବେଷିତହୋଇଥିଲା।ପରିଶେଷରେ ଅଧିକାଂଶ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ସମନ୍ୱିତ ନୃତ୍ୟାଭିନୟ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା।