ଧାମରା ଠାରୁ ୪୦ କିମି ଦୂରରେ ବାତ୍ୟା ୟାସ୍
*ଧାମରା ଆଖପାଖ ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ।
*ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ବ୍ୟାପକ କ୍ଷୟକ୍ଷତି ।
*ବଢ଼ିଲା ବାଲେଶ୍ବରବାସୀଙ୍କ ଭୟ ।
ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ୟାସ୍ । ଧାମରା ଠାରୁ ଆଉ ମାତ୍ର ୪୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ସେହି ଭଳି ଘଣ୍ଟା ପ୍ରତି ୧୫ କିମି ବେଗରେ ଆଗକୁ ବଢୁଛି ବାତ୍ୟା । ସେହିଭଳି ବାଲେଶ୍ବର ଜିଲ୍ଲା ଠାରୁ ୯୦ କିଲୋମିଟର ଦୂରରେ ଅଛି ବାତ୍ୟା। ପାଣିପାଗ ବିଭାଗର ତାଜା ଆକଳନ ଅନୁଯାୟୀ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ସୂଚନା ଦିଆଯାଇଛି ।
ସେହିଭଳି ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବିଭିନ୍ନ ଜାଗାରେ ବହୁ ବଡ଼ ବଡ଼ ଗଛ ଭାଙ୍ଗି ଯାଇଥିବା ସମୟରେ କ୍ଷୟକ୍ଷତି ମଧ୍ୟ ହୋଇଛି ।ତେବେ ବାତ୍ୟାକୁ ନେଇ ବାଲେଶ୍ବରବାସୀଙ୍କ ଭୟ ବଢ଼ିଛି ।ପାରାଦୀପରେ ଏବେ ୭୦-୮୦ ପ୍ରତି ଘଣ୍ଟା ଓ ଝଟକା ପବନ ୯୦ କିମି ପ୍ରତି ଘଣ୍ଟାରେ ପବନ ବହୁଛି । ସେହିଭଳି ରାଜଧାନୀ ଭୁବନେଶ୍ଵରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।