Odia News Portal

ସ୍ଥଳଭାଗ ଛୁଇଁବନି ବାତ୍ୟା

ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ । ଆଜି ସଂଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । ସଂଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବା ପରେ କାଲି ଅବପାତଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୧୦ ସଂଧ୍ୟା ପର୍ଯ୍ୟନ୍ତ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ୧୦ ସଂଧ୍ୟା ପରେ ବାତ୍ୟା ସମୂଦ୍ରରେ ଗତିପଥ ବଦଳାଇବ । ଗତିପଥ ବଦଳାଇ ଏହା ଉତ୍ତର ଏବଂ ଉତ୍ତର ପୂର୍ବ ଦିଗକୁ ଗତି କରିବ ଏହି ସମ୍ଭାବ୍ୟ ବାତ୍ୟା । ଗତିପଥ ବଦଳାଉଥିବାରୁ ସ୍ଥଳଭାଗ ଛୁଇଁବା ସମ୍ଭାବନା ନାହିଁ ବୋଲି ଟୁଇଟ କରି ସୂଚନା ଦେଇଛି ପାଣିପାଗ ବିଭାଗ । ଗତିପଥ ବଦଳାଇବା ପରେ ଓଡିଶା ଉପକୂଳରୁ ଦୂରେଇ ଯିବ ସମ୍ଭାବ୍ୟ ବାତ୍ୟା । ୯ ଏବଂ ୧୦ରେ ସମୂଦ୍ରରେ ପବନର ବେଗ ୭୦ରୁ ୯୦ କିଲୋମିଟର ରହିବ । ଉପକୂଳ ଅଞ୍ଚଳରେ ପାଖାପାଖି ୪୦ରୁ ୬୦ କିଲୋମିଟର ପବନ ବହିପାରେ । ୧୦ ଏବଂ ୧୧ ରେ ଉପକୂଳର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ହେବାର ଆକଳନ କରିଛନ୍ତି ପାଣିପାଗ ବିଭାଗ ।