Odia News Portal

ଡାକ୍ତରଙ୍କ ଆକାଉଣ୍ଟରୁ ୭୭ ଲକ୍ଷ ଗୋଲ୍

କଟକ: ଟ୍ୱିନ ସିଟିରେ କାୟା ବିସ୍ତାର କରୁଛି ସାଇବର ଠକେଇ | ଡାକ୍ତରଙ୍କ ଆକାଉଣ୍ଟରୁ ପଇସା ଗୋଲ କରିଦେଲେ ସାଇବର ଠକ | କଟକରୁ ଆସିଛି ଏଭଳି ଏକ ସାଙ୍ଘାତିକ ଅଭିଯୋଗ । ଆଉ ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର | ଡା. ସନାତନ ମହାନ୍ତିଙ୍କ ନିକଟରୁ ସାଇବର ଲୁଟେରା ଲୁଟି ନେଇଛନ୍ତି ୭୭ ଲକ୍ଷ ଟଙ୍କା । ଡାକ୍ତରଙ୍କ ଫୋନକୁ ଏକ ଆଠ ଡିଜିଟ ନମ୍ବରରୁ କଲ ଆସିଥିଲା, ଆଉ ଏଟିଏମ କାର୍ଡ ଜରିଆରେ ନମ୍ବରରେ ରିଚାର୍ଜ ନକଲେ ନମ୍ବର ବ୍ଲକ ହୋଇଯିବ ବୋଲି କହିଥିଲେ ସାଇବର ଲୁଟେରା ।

ଏହାପରେ ଭୟରେ ସନାତନ ମହାନ୍ତି ଗୁଗୁଲ ଷ୍ଟୋରରୁ ଏକ ଆପ ଡାଉନଲୋଡ କରି ଏଟିଏମ କାର୍ଡ ବ୍ୟବହାର କରି ରିଚାର୍ଜ କରିଥିଲେ । ଆଉ ତାର କିଛି ସମୟ ପରେ ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟରୁ କଟିଚାଲିଥିଲା ଟଙ୍କା । ତେବେ ଟଙ୍କା ଫେରିପାଇବା ପାଇଁ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।