କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ନିଷ୍ପତି ଗ୍ରହଣ କରୁଛନ୍ତି । ତେଣୁ ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି।
ତେଣୁ ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ରଖାଯାଇଛି। ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଶିଶୁଭବନ ପ୍ରଥମ ଫ୍ଲୋରରେ ବେଡ୍ ବ୍ୟବସ୍ଥା କରାଯିବ। ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୋଭିଡ ନିୟମରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ଆବଶ୍ୟକ ପରିମାଣର ଏସି ମଧ୍ୟ ସ୍ଥାପନ କରାଯିବ।