କଟକ: ଐତିହ୍ୟ ସହର କଟକବାସୀଙ୍କ ଲାଗି ଜଳ ସମ୍ପଦ ବିଭାଗ ପକ୍ଷରୁ ଦିଆଯାଇଛି ଦଶହରା ଭେଟି । ବ୍ରିଜରେ ଲାଗିଲା ଜାପାନୀ କମ୍ପାନୀ ପାନାସୋନିକର ୯୦ ୱାଟ ବଲବ । ଲିଭିଲା ଅନ୍ଧାର ଆଉ ଝଲସୁଛି ପୁରା ଏରିଆ । ସୁନ୍ଦର ଆଲୋକ ସାଙ୍ଗକୁ ବନ୍ୟା ଜଳ ମାପିବା, ଗେଟ୍ ଅପରେସନ ଭଳି ଅନେକ କାଯ୍ୟରେ ଆସିବ ଏହି ଲାଇଟ୍ । ତେବେ ସବୁଠାରୁ ବଡ଼ କଥା ହେଉଛି କି ଏଠାରେ ପୂର୍ବରୁ ଅଧିକ ଚୋରୀ ହେଉଥିଲା । କିନ୍ତୁ ଲାଇଟ୍ ଲାଗିବା ପରେ ଏହା ଉପରେ ଅଙ୍କୁଶ ଲାଗିବ । କାରଣ ଅପରାଧୀଙ୍କ ଲାଗି ଅନ୍ଧାର ସୁହାଉଥିଲା ।

ତେବେ ଦଶହରାରେ ଆଲୋକିକରଣ କରିଛି ଜଳ ସମ୍ପଦ ବିଭାଗ । ଭକ୍ତ ରଞ୍ଜନ ମହାନ୍ତି ଏହାର ମୁଖ୍ୟ ଯନ୍ତ୍ରୀ ହୋଇଥିବା ବେଳେ ବବୁଲାଲ ରହିଛନ୍ତି ସହକାରୀ ଯନ୍ତ୍ରୀ । ତେବେ ୧୦୦ଟି ବଲବ ବ୍ରିଜରେ ଲାଗିଛି । ସେପଟେ ଜଳ ସମ୍ପଦ ବିଭାଗର ଏହି ଭେଟିପରେ ଧନ୍ୟବାଦ ଜଣାଇଛନ୍ତି କଟକବାସୀ ।
