କେଏଫସିରେ ସିଏମସି ଖାଦ୍ୟ ସୁରକ୍ଷା ସ୍କ୍ୱାଡର ଚଢାଉ । କଟକ ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଂଟରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ଟିମ୍ । କେଏଫସି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗ ରହିଥିବା ବେଳେ ଖାଦ୍ୟ ସୁରକ୍ଷା ଟିମ୍ ଚଢାଉ କରି କିଛି ଖାଦ୍ୟ ଜବତ କରିଛି । ପରୀକ୍ଷା ପାଇଁ ଏହି ଖାଦ୍ୟର ନମୂନା ଲାବ୍ରୋଟେରୀକୁ ପଠାଯିବ । ସେଠାରୁ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି । ଦୀପାବଳି ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ କଟକରେ ଖାଦ୍ୟ ସୁରକ୍ଷା ଟିମ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ ଗୁଡିକରେ ଚଢାଉ କରାଯାଉଥିବା ଦେଖିବାକୁ ମିଳିଛି ।