କଟକ : ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କନ୍ୟା ଏକ୍ସପ୍ରେସର ଶୁଭାରମ୍ଭ କଲେ କଟକ ଜିଲ୍ଲାପାଳ। କିଶୋରୀ ମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଭ୍ରାମ୍ୟମାଣ ଯାନ ‘କନ୍ୟା ଏକ୍ସପ୍ରେସ’ କାର୍ୟ୍ୟ କରିବ। ଏହା ଟାଙ୍ଗୀ-ଚୌଦ୍ବାର ଓ ଆଠଗଡ ବ୍ଲକର ନଅଟି ପଞ୍ଚାୟତର ୬୦ ଗ୍ରାମର କିଶୋରୀ ମାନଙ୍କୁ ସ୍ୱାସ୍ଥ୍ୟ ସହାୟତା ଯୋଗାଇବା ସହିତ ତାଙ୍କର ଜୀବନ କୌଶଳ, ଶିକ୍ଷା, ପୋଷଣ, ଅଧିକାର ଇତ୍ୟାଦି ବିଷୟରେ ସଚେତନ କରିବ। ଯାହାଦ୍ୱାରା ଭବିଷ୍ୟତରେ ସେମାନେ ଦାୟିତ୍ଵବାନ ନାଗରିକ ହୋଇ ପାରିବେ । ପ୍ରାଥମିକ ଭାବରେ ଏହା ପ୍ରାୟ ୨୫୦୦ ରୁ ଊର୍ଦ୍ଧ୍ଵ କିଶୋରୀ ବାଳିକା ମାନଙ୍କୁ ସେବା ପ୍ରଦାନ କରିବ ବୋଲି ସୂଚନା ଦିଆଯାଇଛି।