ଭଦ୍ରକ: ମାଆର ମମତା ଅତୁଳନୀୟ । ମାଆର ଆଖି ଦେଖେନା କିଏ ଭଲ ଆଉ କିଏ ଖରାପ । ମଣିଷ ହେଉ ଅବା ପଶୁ ସମସ୍ତେ ନିଜ ନିଜ ପିଲାମାନଙ୍କ ପାଇଁ ଉଜାଡିଦିଅନ୍ତି ମମତା । ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁରରେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁର ମହାଳିକସାହିରେ ଦେଖିବାକୁ ମିଳିଛି ଏକ ବିଚିତ୍ର ପ୍ରକାରର ବାଛୁରି ଛୁଆ ।


ଏହି ସାହିର ଘାଉଲି ମହାଳିକଙ୍କ ଗାଈ ଗତକାଲି ଏକ ବାଛୁରି ଛୁଆ ଜନ୍ମ ଦେଇଥିଲା । ଉକ୍ତ ବାଛୁରି ଛୁଆର ମୁଁହ ସମ୍ପୂର୍ଣ୍ଣ ଭାବେ ଭିନ୍ନ ପ୍ରକାରର ଦେଖାଯାଉଛି । ଯାହାକି ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଆକର୍ଷଣ ପାଲଟିଛି । ବାଛୁରୀ ଛୁଆଟି ଜନ୍ମ ହେବାପରେ ତାର ମାଆ ଅନବରତ ଚାଟି ଚାଲିଛି ତାର ଛୁଆକୁ । ବାଛୁରୀଟିର ମୁଣ୍ଡରେ ୨ ଗୋଟି ଆଖି ଯୋଡି ହୋଇଥିବା ବେଳେ ପାଟି ମଧ୍ୟ ଭିନ୍ନ ପ୍ରକାରର ଦେଖାଯାଉଛି ।ତେବେ ବାଛୁରୀ ଛୁଆଟି ପାଟିରେ ନିଜ ମାଆଠାରୁ କ୍ଷୀର ମଧ୍ୟ ଖାଇପାରୁନାହିଁ।