ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ସମୟରେ ଦେଶରେ ଦିନକୁ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଆୟତ କରିବାକୁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ମୁତାବକ, ଏପ୍ରିଲ ପହିଲାରୁ ଦେଶର ୪୫ ବର୍ଷରୁ ଅଧିକ ବୟସ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଏନେଇ ଲୋକମାନେ ପଞ୍ଜିକରଣ କରିବାକୁ ସେ ଆହ୍ୱାନ କରିଛନ୍ତି । ସେ କହିଛନ୍ତି କି ଟାକ୍ସ ଫୋର୍ସ ଓ ବିଶେଷଜ୍ଞ ମାନଙ୍କ ଉପଦେଶରେ କ୍ୟାବିନେଟ ଏଭଳି ନିଷ୍ପତ୍ତି ନେଇଛି । ଏପର୍ଯ୍ୟନ୍ତ ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ବ୍ୟାଧି ପୀଡିତ ମାନଙ୍କୁ ସରକାର ଟିକା ପ୍ରଦାନ କରିଥିଲେ ।
ଦେଶରେ ଏବେ ସୁଦ୍ଧା ମୋଟ ୪.୮୫ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଏହା ସହ ୮୦ ଲକ୍ଷରୁ ଅଧିକ ଲୋକଙ୍କୁ ଭ୍ୟାକ୍ସିନ୍ର ଦ୍ବିତୀୟ ଡୋଜ୍ ମଧ୍ୟ ଦିଆସରିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। କିଛି ଦିନ ପୂର୍ବରୁ ଦେଶରେ ମୋଟ ୧୫ ହଜାର କରୋନା ମାମଲା ମିଳୁଥିଲା।କିନ୍ତୁ ଏବେ ଏହି ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ଏବେ ପ୍ରତିଦିନ ୪୦ ହଜାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି।ତେବେ ସରକାରଙ୍କ ପକ୍ଷରୁ ଲକଡାଉନ୍ ଲଗାଇବାକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ପରିସ୍ଥିତି ଉପରେ ସରକାର ଲଗାତାର ନଜର ରଖିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।