ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନକୁ ଘାରିଲା କରୋନା ଭୟ
* ଜୀବଜନ୍ତୁଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ପିସିସିଏଫ ନିର୍ଦ୍ଦେଶ ।
ଭୁବନେଶ୍ବର: କରୋନା ଭୟ କେବଳ ମଣିଷଙ୍କୁ ନୁହେଁ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ଉପରେ ମଧ୍ୟ ରହିଛି । ତେଣୁ ରାଜ୍ୟର ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ପିସିସିଏଫ ନିର୍ଦ୍ଦେଶ ଦେଇଛନ୍ତି । ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନରେ ଥିବା ପଶୁ ପକ୍ଷୀଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟରୁ ଆସିଥିବା ଚିଠି ଅନୁଯାୟୀ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପିସିସିଏଫ । ଏହାସହ ମେ ୧୫ ଯାଏଁ ବନ୍ଦ ଥିବା ନନ୍ଦନକାନନ ଆବଶ୍ୟକ ପଡିଲେ ଆଗକୁ ବି ବନ୍ଦ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି ।