ପୁରୀ: ସ୍ୱର୍ଗଦ୍ୱାରରେ ଶବସତ୍କାର ଉପରେ କଟକଣା ଜାରି କରାଯାଇଛି । ବିଶେଷ କରି ପୁରୀ ଜିଲ୍ଲାର କୌଣସି ଶବ ଆସିଲେ କରୋନାର ନେଗେଟିଭ୍ ସାର୍ଟିଫିକେଟ ଦେବାକୁ ପଡିବ ବୋଲି କୁହାଯାଉଛି | ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବଢୁଥିବା ସମୟରେ ,ଏପରି ନିଷ୍ପତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । କୋଭିଡର ପ୍ରଥମ ଲହର ସମୟରେ ମଧ୍ୟ ବାହାର ଜିଲ୍ଲା ଓ ରାଜ୍ୟର ଲୋକଙ୍କୁ ପୁରୀ ସ୍ୱର୍ଗଦ୍ୱାର ମନା କରାଯାଇଥିଲା ।

ପୁରୀରେ ଅନ୍ୟ ଜିଲ୍ଲା ଓ ରାଜ୍ୟର ଲୋକଙ୍କ ଶବଦାହ ହେଲେ କୋଭିଡ୍ ସଂକ୍ରମଣର ଭୟ ରହୁଥିବାରୁ ପୁରୀ ଜିଲ୍ଲା ପ୍ରଶାସନ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସେହିଭଳି ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହୋଇଛି । ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଙ୍ଗଳାନଦୀ ଘାଟ ନିକଟରେ ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି |