ପୁରୀ: ପୁରୀରେ ୫ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା ।୫ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ କୋଭିଡ୍ ଟେଷ୍ଟ ହେବା ବାଧ୍ୟତାମୂଳକ କଲା ପୁରୀ ପ୍ରଶାସନ | ହୋଟେଲ୍ ଆସୋସିଏସନ ସହିତ କରୋନା କଟକଣା ନେଇ ଜିଲ୍ଲା ପ୍ରଶାସନର ବୈଠକ ପରେ ଏଭଳି ନିଷ୍ପତ୍ତି ହୋଇଛି । ଏ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ୫ଟି ରାଜ୍ୟ ଯଥା ଛତିଶଗଡ଼, ମଧ୍ୟପ୍ରଦେଶ, କେରଳ, ପଞ୍ଜାବ ଓ ମହାରାଷ୍ଟ୍ର । ଏହି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପୁରୀରେ କଟକଣା ଲାଗୁ କରାଯାଇଛି । ୭୨ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିଲେ ମିଳିବ ହୋଟେଲରେ ପ୍ରବେଶ ଅନୁମତି ।
ଅନ୍ୟପଟେ କରୋନାର ୨ଟି ଡୋଜ୍ ଟିକା ନେଇଥିଲେ, ଏହି ୫ ରାଜ୍ୟରୁ ପୁରୀକୁ ପ୍ରବେଶ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ୭ ଦିନରେ ସଂଗରୋଧରେ ରହିଥିଲେ ମଧ୍ୟ ପ୍ରବେଶ ଅନୁମତି ମିଳିବ । ପୁରୀ ଷ୍ଟେସନରେ ଯାତ୍ରୀ ମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି । ଲକ୍ଷଣ ଥିଲେ ନମୂନା ସଂଗ୍ରହ କରି ୭ ଦିନ ସଂଗରୋଧରେ ରହିବା ପାଇଁ କୁହାଯାଇଛି ।