Odia News Portal

କଟକରେ ରଙ୍ଗହୀନ ହେବ ଦୋଳ ଓ ହୋଲି

ଦୋଳ ନିକଟରେ ୧୦ରୁ ଅଧିକ ଲୋକଙ୍କୁ ଅନୁମତି ମିଳିନାହିଁ

କଟକ: ଦୋଳ ମେଲଣ ଓ ହୋଲି ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଛି ଏସଓପି । କଟକରେ ଦୋଳ ମେଲଣ ପଡିଆରେ ୨ ଶହ ଲୋକଙ୍କୁ ଅନୁମତି ମିଳିଛି । ଦୋଳ ନିକଟରେ ୧୦ରୁ ଅଧିକ ଲୋକଙ୍କୁ ଅନୁମତି ମିଳିନାହିଁ । କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିନାହଁ । କେବଳ ପରମ୍ପରା ଓ ବିଧି ମୁତାବକ କାର୍ଯ୍ୟକ୍ରମ ହେବ ।ତେବେ ହୋଲିରେ ମଧ୍ୟ ରାଜରାସ୍ତାରେ ଏକାଠି ହେବାକୁ ବାରଣ କରାଯାଇଛି । ନିଜ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି ।

ଏସଆରସି ଜାରି କରିଥିବା ଗାଇଡ୍ ଲାଇନ୍ ଅନୁସାରେ ଦୋଳ ଯାତ୍ରା ଓ ହୋଲି ପାଳିବାକୁ ପରାମର୍ଶ ଦିଆଯାଇଛି । ନିୟମ ଉଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ୍ ପୋଲିସ ।ସେହିପରି ପ୍ରତି ବିମାନ ସହ ବ୍ରାହ୍ମଣ, ଘଣ୍ଟୁଆକୁ ମିଶାଇ ସର୍ବାଧିକ ୧୦ଜଣଙ୍କୁ ରହିବାକୁ ଅନୁମତି ମିଳିବ।

ଏହାସହ ସାହି ମେଳଣ ବେଳେ ଶୋଭାଯାତ୍ରା, ଲାଇଟ୍ ଓ ଜନଗହଳି ନକରିବାକୁ କଡ଼ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। ମେଳଣ ବେଳେ କେହିବି ସାଙ୍ଗରେ ଲାଠି ଆଣିପାରିବେ ନାହିଁ ଏବଂ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ। ହୋଲିରେ ଗୀତ, ନାଚ, ଡିଜେ ଆଦି ବଜାଇବାକୁ ବାରଣ କରିଛନ୍ତି ଡିସିପି।