ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ଲୁଚକାଳି ଖେଳୁଛି । କେତେବେଳେ ବଢ଼ୁଛି ତ ଆଉ କେତେବେଳେ କମୁଛି । ଗତ ଦୁଇ ଦିନ ତଳେ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ୪୯ରେ ପହଞ୍ଚିଥିଲା । ଏପଟେ ଓଡ଼ିଶାରେ କେବଳ ଓମାଇକ୍ରନ୍ ପ୍ରଜାତି ଭୂତାଣୁ ସଂକ୍ରମଣ କରାଉଛି । କୌଣସି ନୂଆ ପ୍ରଜାତି ଭୂତାଣୁ ଚିହ୍ନଟ ହୋଇନାହିଁ । ଏହାବ୍ୟତୀତ ଏଚ୍୩ଏନ୍୨ ଭୂତାଣୁ ସଂକ୍ରମଣ ଉପରେ କୌଣସି ନୂଆ କେସ୍ ଆସିନାହିଁ ବୋଲି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି କହିଛନ୍ତି ।
ଅନ୍ୟପଟରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସଂଗଠନ ଭାରତ ପାଇଁ ସତର୍କବାଣୀ ଜାରି କରିଛି । ବହୁବିଧ ରୋଗରେ ପୀଡ଼ିତଙ୍କୁ ୪ର୍ଥ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛି । ଗତ ୨୪ ଘଣ୍ଟାରେ ଦେଶରେ ୩,୮୨୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କୋଭିଡ୍ ପ୍ରଥମ ଡୋଜ୍ ଟିକା ମୃତ୍ୟୁହାରକୁ ରୋକିବାରେ ୯୮.୯% ସହାୟକ ହୋଇଥିଲା । ଦ୍ୱିତୀୟ ଡୋଜ୍ ୯୯.୪% ମୃତ୍ୟୁହାରକୁ ରୋକିବାରେ ସହାୟକ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟ୍ୱିଟ୍ କରି ଜଣାଇଛି।
Sign in
Sign in
Recover your password.
A password will be e-mailed to you.