ଭୁବନେଶ୍ବର: ଓଡ଼ିଶା ଆସୁଛି କୋଭିଡ଼ ଟିକା । ଆଜି ଓଡିଶାରେ ପହଞ୍ଚିବ କୋଭିଡ଼ ଟିକା କୋଭିସିଲ୍ଡ । ସ୍ୱତନ୍ତ୍ର ସ୍ପାଇସ୍ ଜେଟ୍ ବିମାନରେ ମୁମ୍ବାଇର ପୁଣେରୁ ଭୁବନେଶ୍ୱର ଆସୁଛି କୋଭିସିଲ୍ଡ ଟିକା ।

ସୂଚନା ଅନୁଯାୟୀ, ପ୍ରଥମ ଦଫାରେ ଭୁବନେଶ୍ୱରରେ ପହଞ୍ଚିବ କୋଭିସିଲ୍ଡ ଟିକାର ୪୦ ହଜାର ୮ଶହ ଡୋଜ୍ । ସ୍ପାଇସଜେଟ୍ ବିମାନରେ ଏହାକୁ ପଠାଇବା ପାଇଁ ବନ୍ଦୋବସ୍ତ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୪ଟା ୨୫ରେ ଏହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଏହି ଟିକା ଆସିବା ପରେ ରାଜ୍ୟ ଟିକା ସଂଗ୍ରହାଳୟରେ ରଖାଯିବ । ଏ ନେଇ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ସୁରକ୍ଷା ଓ ପରିବହନ ବ୍ୟବସ୍ଥା ଠିକ୍ ଭାବେ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।