Odia News Portal

ସେପ୍ଟେମ୍ବରରେ ଆସିବ କୋଭାଭାକ୍ସ

ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା ଭାରତରେ ମିଳିବ କେରାନା ଟିକା କୋଭାଭାକ୍ସ । ସେପ୍ଟେମ୍ବରରେ ଉପଲବ୍ଧ ନେଇ ଆଶା ପ୍ରକାଶ କରିଛି ଭାରତର ଟିକା ଉତ୍ପାଦନ କେନ୍ଦ୍ର ସେରମ । ଆମେରିକାର ନୋଭାଭାକ୍ସ ଦ୍ୱାରା ପ୍ରସ୍ତୁତ ଟିକା ହେଉଛି କୋଭାଭାକ୍ସ । ଯାହାର ଚାହିଦା ଅଧିକ ରହିଛି । ବିଶ୍ୱରେ ଏହି ଟିକାର ଚାହିଦା ଅଧିକ ରହିଛି । ତେବେ ଭାରତରେ ଏହା କେବେ ଉପଲବ୍ଧ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଭାରତରେ ଏବେ କୋଭାସିଲ୍ଡ ଓ କୋଭାକ୍ସିନ ଟିକା ଦିଆଯାଉଛି ।