ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୨୫୪୨ ଜଣଙ୍କ ଜୀବନ ନେଇଛି କରୋନା। ଗତକାଲି ଦୈନିକ ସଂକ୍ରମଣ ୬୦ ହଜାର ରହିଥିଲା। ତେବେ ଆକ୍ଟିଭ କେସ୍ ସଂଖ୍ୟା ୮ ଲକ୍ଷକୁ ଖସି ଆସିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୋଟିଏ ଦିନରେ ଆଉ ୬୨, ୨୨୪ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହି ସଂଖ୍ୟା ୬୦,୪୭୧ ରହିଥିଲା। ଅର୍ଥାତ ଦୈନିକ ସଂକ୍ରମଣ ସାମାନ୍ୟ ବୃଦ୍ଧି ଘଟିଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୬,୩୩,୧୦୫କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୧୯, ୩୦,୯୮୭ଟି ନମୁନା ପରୀକ୍ଷା କରାଯାଇଛି।
ସେହିପରି ମହାମାରୀ କରୋନା ଦେଶରେ ଆଉ ୨୫୪୨ ଜଣଙ୍କ ଜୀବନ ନେଇଛି। ଗତକାଲି କିଲର ଭାଇରସ ୨୭୨୬ ଜଣଙ୍କ ମୁଣ୍ଡ ନେଇଥିଲା। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୭୯,୫୭୩ରେ ପହଞ୍ଚି ଯାଇଛି। ସେହିପରି ଦିନକରେ ୧,୦୭,୬୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।