Odia News Portal

ବାତ୍ୟା ପରେ ସଂକ୍ରମଣ ଚିନ୍ତା

.୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗର ଚିଠି
.ବାତ୍ୟା ଆଶ୍ରୟସ୍ଥଳ ଫେରନ୍ତାଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ଚାଲିଯିବା ପରେ ଏବେ ପୁଣି କରୋନା ଚିନ୍ତା ଫେରିଆସିଛି । ବାତ୍ୟା ପାଇଁ ଆଶ୍ରୟସ୍ଥଳକୁ ନିଆଯାଇଥିବା ଲକ୍ଷ ଲକ୍ଷ ଲୋକ, ଉଦ୍ଧାର ଓ ସହାୟତା କରିବାକୁ ଯାଇଥିବା ହଜାର ହଜାର କର୍ମଚାରୀ ଯେପରି କରୋନା ସଂକ୍ରମିତ ନ ହୁଅନ୍ତି ସେ ଦିଗରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି ।

ସାମୁଦ୍ରିକ ବାତ୍ୟା ‘ୟାସ୍’ ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିବା ଲୋକମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଜ୍ୟ ସରକାର ଆଜି ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏନେଇ ନିଦେ୍ର୍ଦଶନାମା ଜାରି କରି କହିଛନ୍ତି ଯେ, ୟାସ୍ ବାତ୍ୟା ପାଇଁ ବହୁ ପରିବାର ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହୋଇଥିଲେ । ଏହାବ୍ୟତୀତ ବହୁ ଲୋକ ମଧ୍ୟ ବାତ୍ୟା ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏହି ସମସ୍ତ ଲୋକମାନେ ପରସ୍ପରର ସଂସ୍ପର୍ଶରେ ଆସିଥିବେ । ଏବେ ଲୋକମାନେ ବାତ୍ୟା ଆଶ୍ରୟସ୍ଥଳୀରୁ ଘରକୁ ଫେରିଥିବା ଓ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଥିବାରୁ, ଆଗାମୀ ସପ୍ତାହଗୁଡ଼ିକରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କର କୋଭିଡ୍ ଲକ୍ଷଣ ଉପରେ ତୀକ୍ଷ୍ଣ ନଜର ରଖିବାର ଆବଶ୍ୟକତା ରହିଛି ।

ଏହି ୧୨ଟି ଜିଲ୍ଲା ହେଲା ବାଲେଶ୍ୱର, ଭଦ୍ରକ,ମଂୟୁରଭଞ୍ଜ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସୁନ୍ଦରଗଡ଼, ପୁରୀ, କେନ୍ଦୁଝର, କଟକ, ଖୋର୍ଦ୍ଧା,ଢେଙ୍କାନାଳ, ଅନୁଗୁଳ । ଆଶ୍ରୟସ୍ଥଳ ଫେରନ୍ତା ଲୋକ, ଉଦ୍ଧାରକାରୀ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ଘରକୁ ଘର ବୁଲୁଥିବା ସର୍ଭେ ଟିମକୁ ଆବଶ୍ୟକ ନିଦେ୍ର୍ଦଶ ଦିଆଯାଉ । ସେହିପରି ଏସବୁ ଲୋକମାନେ ନିଜେ ନିଜର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖନ୍ତୁ ଓ ଲକ୍ଷଣ ଦେଖାଦେଲେ ତୁରନ୍ତ ନିଜକୁ ଅଲଗା କରି କୋଭିଡ୍ ପରୀକ୍ଷା କରାନ୍ତୁ । କରୋନାକୁ ନେଇ ସ୍ୱାସ୍ଥ୍ୟ ନିଦେ୍ର୍ଦଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।
ଅଂଚଳରେ ସ୍ଥିତିରେ ସୁଧାର ଅ ।ସିଲେ ଡ଼ୋର ଟୁ ଡ଼ୋର ସର୍ଭେକୁ ଜୋରଦାର କରାଯିବ । ପ୍ରଭାବିତ ଅଂଚଳରେ ଲୋକମାନେ ବାତ୍ୟା ଅ ।ଶ୍ରୟ ସ୍ଥଳୀରୁ ଫେରିଲେ ଭ୍ୟାକ୍ସିନେସନ ଓ ଟେଷ୍ଟିଂ ଅ ।ରମ୍ଭ ହେବ । ବାତ୍ୟା ପାଇଁ ଟେଷ୍ଟିଂ କମିଛି । ଅ ।ମ ରାଜ୍ୟରେ ପିଜିଟିଭିଟି ରେଟ କମିଛି । ବାତ୍ୟା ଦ୍ୱାରା ଅ ।ମର କୌଣସି ଜିଲ୍ଲାରେ ଭିତିଭୂମି ନଷ୍ଟ ହୋଇନାହିଁ । ଅ ।ଇସିୟୁରେ ଅତି ଗୁରୁତର କରୋନା ରୋଗୀ ବହୁଦିନ ହେବ ରିହି ଚିକିତ୍ସିତ ହେଉଥିବା ଫଳରେ ଏବେ ମୃତ୍ୟୁ ସଂଖ୍ୟା ଅଧିକ ଅ ।ସୁଛି । ରାଜ୍ୟରେ ଅ ।ଇସିୟୁ ୮୦ ପ୍ରତିଶତ ଫିଲଅପ୍ ଅଛି ଓ ଭେଂଟିଲେଟର ୫୦ ପ୍ରତିଶତ ଫିଲଅପ୍ ଅଛ । ଏକ୍ସପର୍ଟ ମାନଙ୍କ ମତାମତ ନିଅ ।ଯାଉଛି । ତାପରେ ଲକଡ଼ାଉନ୍ ଉପରେ ଚିନ୍ତା କରାଯିବ ।